‘କୃଷକମାନେ ପ୍ରଶାସନିକ ସେବା ପାଇବାରୁ ଯଦି ବଞ୍ଚିତ ହୁଅନ୍ତି ତେବେ ପାଦତଳେ ମୁଣ୍ଡକାଟି ରଖିବି’: ଚରଣଜିତ ସିଂହ ଚନ୍ନୀ

ନୂଆଦିଲ୍ଲୀ:   ବହୁ ବାଦ ବିବାଦ ପରେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚରଣଜିତ ସିଂହ ଚନ୍ନୀ ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଶାସନିକ ସ୍ତରରେ ବଡ ଅଦଳ ବଦଳ ହୋଇଛି । ଏହା ସହ ରାଜ୍ୟର ସମସ୍ତ ସରକାରୀ ଅଫିସ କର୍ମଚାରୀମାନେ ସକାଳ ୯ ଟା ସୁଦ୍ଧା କାର୍ଯ୍ୟାଳୟରେ ପହଂଚିବାକୁ ଚନ୍ନୀ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପଟେ କ୍ୟାପଟେନଙ୍କ ନିକଟତର କୁହାଯାଉଥିବା କିଛି ପ୍ରଶାସନିକ ଅଧିକାରୀଙ୍କୁ ବଦଳାଇ ସେମାନଙ୍କ ସ୍ଥାନରେ ନୂଆ କର୍ମଚାରୀଙ୍କୁ ଅବସ୍ଥାପିତ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବରିଷ୍ଠ ଆଇଏସ ଅଧିକାରୀ ହୁସ୍ନ ଲାଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରିନ୍ସପାଲ ସଚିବ ଭାବେ ନିଯୁକ୍ତ କରାଯାଇଛି । ଏହାସହ ଆଇଏସ ତେଜବୀର ସିଂଙ୍କୁ ବି ତାଙ୍କ ପଦରୁ ହଟାଇ ଦିଆଯାଇଛି ।

ଚରଣଜିତ ସିଂହ ଚନ୍ନୀ ମୁଖ୍ୟମନ୍ତ୍ରୀ ଭାବେ ପଦ ସମ୍ଭାଳିବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି କି ପଞ୍ଜାବର ସମସ୍ତ କୃଷକଙ୍କ ଋଣ ଛାଡ କରାଯିବ । ସେ କହିଛନ୍ତି କି ତାଙ୍କ ସରକାର ସମୟରେ ଯଦି ରାଜ୍ୟର କୃଷକମାନେ କୌଣସି ପରିସ୍ଥିତିରେ ପ୍ରଶାସନିକ ସେବା ପାଇବାରୁ ବଞ୍ଚିତ ହୁଅନ୍ତି ତେବେ ସେ ନିଜେ ତାଙ୍କ ପାଦତଳେ ମୁଣ୍ଡକାଟି ରଖିଦେବେ ।

ଅନ୍ୟପଟେ ଗତକାଲି ମୁଖ୍ୟମନ୍ତ୍ରୀ ଚନ୍ନୀ ରାଜ୍ୟର ବିଜୁଳି ଉପଭୋକ୍ତାଙ୍କୁ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ଓ ପାନୀୟ ଜଳ ମାଗଣାରେ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଥିଲେ ।

ସମ୍ବନ୍ଧିତ ଖବର