ଶିବାଜୀ ପ୍ରତିମୂର୍ତ୍ତିକୁ ନେଇ ମହାରାଷ୍ଟ୍ରରେ ସଂଘର୍ଷ; ୩୦ ପୁଲିସ ଆହତ, ୩୦୦ରୁ ଅଧିକ ଲୋକଙ୍କ ବିରୋଧରେ ମାମଲା ରୁଜୁ

ମୁମ୍ବାଇ/ଜଲ୍‌ନା : ମହାରାଷ୍ଟ୍ରର ଜଲ୍‌ନାରେ ଛତ୍ରପତି ଶିବାଜୀ ମହାରାଜଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ ଏବଂ ପରେ ଏହାକୁ ହଟାଇବା ଘଟଣାକୁ ନେଇ ବଡ଼ ଧରଣର ସଂଘର୍ଷ ହୋଇଛି। ଲୋକଙ୍କ ଆକ୍ରମଣରେ ୩୦ରୁ ଅଧିକ ପୁଲିସ କର୍ମୀ ଆହତ ହୋଇଛନ୍ତି । ଉକ୍ତ ଘଟଣାରେ ୩୦୦ରୁ ଅଧିକ ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପ୍ରତିମୂର୍ତ୍ତି ନିକଟରେ ଏକ ତୋରଣ ଗେଟ୍‌କୁ ନେଇ ସଂଘର୍ଷର ସୂତ୍ରପାତ ହୋଇଥିଲା। ଦୁଇ ଗୋଷ୍ଠୀର ପ୍ରାୟ ୫ ଶହରୁ ଅଧିକ ଲୋକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ପରିସ୍ଥିତି ନିୟନ୍ତ୍ରଣ ପାଇଁ ପହଞ୍ଚିଥିବା ପୁଲିସ ଉପରେ ପ୍ରବଳ ପଥର ମାଡ଼ ହୋଇଥିଲା।

ସମ୍ବନ୍ଧିତ ଖବର