ଅକ୍ସିଜେନ୍‌ ଯୋଗାଇ ଦେଇଥିବାରୁ ନବୀନଙ୍କୁ ଧନ୍ୟବାଦ ଜଣାଇଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ।  ବିପଦ ସମୟରେ ସହାୟତାର ହାତ ବଢ଼ାଇ ଥିବାର ନବୀନଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ଉଦ୍ଧବ। ନବୀନ ମହାରାଷ୍ଟ୍ରକୁ ଅକ୍ସିଜେନ୍ ଯୋଗାଇ ଦେଇଥିବାରୁ ଧନ୍ୟବାଦ୍ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ସେ ଟୁଇଟ କରି ଲେଖିଛନ୍ତି ଯେ ଫୋନରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି। ସଂକଟ ସମୟରେ ମହାରାଷ୍ଟ୍ର ସହ ଓଡ଼ିଶା ଛିଡ଼ା ହୋଇଥିବାରୁ ଧନ୍ୟବାଦ୍ ମଧ୍ୟ ଜଣାଇଛନ୍ତି ।

ସମ୍ବନ୍ଧିତ ଖବର