ବିଧାନସଭାରେ ଯୋଗୀ-ଅଖିଳେଶ ହାତ ମିଳାଇଲେ

ଲ‌କ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଆଜି ବିଧାନସଭାରେ ହାତ ମିଳାଇଥିବା ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ଏବଂ ଅଖିଳେଶ ପରସ୍ପରକୁ ଦେଖି ହସିବାପରେ କରମର୍ଦ୍ଦନ କରିଥିଲେ। ଏହାର କିଛି ସମୟ ପରେ ଅଖିଳେଶ ଯାଦବ ବିଧାୟକ ଭାବେ ଶପଥ ନେଇଥିଲେ। କାମଚଳା ବାଚସ୍ପତି ରାମପତି ଶାସ୍ତ୍ରୀ ଗୃହର ଶଦସ୍ୟମାନଙ୍କୁ ଶପଥ ପାଠ କରାଇଥିଲେ। ଅଖିଳେଶ ଉତ୍ତରପ୍ରଦେଶ ବିଧାନସଭାରେ ବିରୋଧୀ ଦଳ ନେତା ହୋଇଛନ୍ତି।

ସମ୍ବନ୍ଧିତ ଖବର