‘ପାତାଲ୍‌ ଲୋକ୍’ ପାଇଁ ଅନୁଷ୍କାଙ୍କ ବିରୋଧରେ ମାମଲା

ନୂଆଦିଲ୍ଲୀ : ଆମାଜନ୍ ପ୍ରାଇମ୍‌ର ୱେବ ସିରିଜ୍ ‘ପାତାଲ ଲୋକ୍‌’ର କାର୍ଯ୍ୟନିର୍ବାହୀ ପ୍ରଯୋଜିକା ଅନୁଷ୍କା ଶର୍ମାଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ତାଙ୍କ ବିରୋଧରେ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବା ନେଇ ଗୋଟିଏ ପରେ ଗୋଟି ଅଭିଯୋଗ ଆସୁଛି। ଦିଲ୍ଲୀ ଶିଖ୍ ଗୁରୁଦ୍ବାରା ପରିଚାଳନା କମିଟିର ସଭାପତି ମଜିନ୍ଦର ସିଂହ ସିର୍‌ସା ଏହି ସିରିଜ୍‌ର ନିର୍ଦ୍ଦେଶକ ପ୍ରସିତ ରୟ ଓ ଆମାଜନ ସେଲର ସର୍ଭିସେସର ଅଧିକାରୀ ଅଭିନାଶ ଅରୁଣଙ୍କୁ ଆଇନଗତ ନୋଟିସ୍ ପଠାଇଛନ୍ତି।

ପାତାଲ ଲୋକରେ ଜଣେ ଶିଖ୍‌ ଯୁବକଙ୍କୁ ବଳାତ୍କାରୀ ଭାବେ ପ୍ରଦର୍ଶନ କରିଯିବାକୁ ସେ ଘୋର ବିରୋଧ କରିଛନ୍ତି। ପୂର୍ବରୁ ଏହି ସିରିଜ୍‌ର ଏକ ଅଧ୍ୟାୟରେ ଉତ୍ତର ପ୍ରଦେଶର ଜଣେ ବିଜେପି ବିଧାୟକ ନନ୍ଦକିଶୋର ଗୁର୍ଜର ଅନୁଷ୍କାଙ୍କ ବିରୋଧରେ ଜାତୀୟ ନିରାପତ୍ତା ଆଇନ ଅଧୀନରେ ମାମଲା ରୁଜୁ ପାଇଁ ଦାବି କରିଥିଲେ। ବିନା ଅନୁମତିରେ ତାଙ୍କ ଫଟୋକୁ ଏକ ଦୃଶ୍ୟରେ ବ୍ୟବହାର କରାଯାଇଥିବା ସେ ଅଭିଯୋଗ କରିଥିଲେ। ଏହା ପୂର୍ବରୁ ଗୋର୍ଖା ସମ୍ପ୍ରଦାୟ ମଧ୍ୟ ଅନୁଷ୍କାଙ୍କ ବିରୋଧରେ ଜାତୀୟ ମାନବାଧିକାର କମିସନ ନିକଟରେ ଅଭିଯୋଗ ଦାଏର କରିଛି।

ସମ୍ବନ୍ଧିତ ଖବର