କଂଗ୍ରେସର ନିର୍ବାଚନୀ ଇସ୍ତାହାର :ବେକାରୀ ଭତ୍ତା, ପଟିଦାରଙ୍କ ସଂରକ୍ଷଣ

ନୂଆଦିଲ୍ଲୀ: ଗୁଜରାଟରେ ଦୀର୍ଘ ୨୨ ବର୍ଷ ଧରି କ୍ଷମତାଠାରୁ ଦୂରରେ ଥିବା କଂଗ୍ରେସ ଏଥର ବିଧାନସଭା ନିର୍ବାଚନ ଜିତିବା ଲାଗି ସବୁ ଉଦ୍ୟମ ଲଗାଇ ଦେଇଛି। ରାଜ୍ୟ ପିସିସି ମୁଖ୍ୟ ଭରତସିଂହ ସୋଲାଙ୍କି ଆଜି ଦଳର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛନ୍ତି। ଏଥିରେ ମୁଖ୍ୟତଃ ପଟିଦାର ସମ୍ପ୍ରଦାୟକୁ ଅଗ୍ରାଧିକାର ଦିଆଯାଇଛି।
କଂଗ୍ରେସ କ୍ଷମତାକୁ ଆସିଲେ ରାଜ୍ୟରେ ପ୍ରତ୍ୟେକ ବେକାର ଯୁବକଙ୍କୁ ମାସିକ ୪,୦୦୦ ଟଙ୍କା ବେରୋଜଗାର ଭତ୍ତା ଦେବ ଏବଂ ପଟିଦାରମାନଙ୍କୁ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ଦେବ ବୋଲି ପ୍ରତିଶ୍ରୁତି ଦେଇଛି। ଆଜି ଏହି ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛନ୍ତି। କଂଗ୍ରେସ କ୍ଷମତାକୁ ଆସିଲେ ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲ ଦର ପାଖାପାଖି ୧୦ ଟଙ୍କା କମାଇଦେବ ଏବଂ ରନ୍ଧନ ଗ୍ୟାସ ଦର ମଧ୍ୟ ସମସ୍ତଙ୍କୁ ସୁହାଇବା ଭଳି ରହିବ ବୋଲି ପ୍ରତିଶ୍ରୁତି ରହିଛି। ଏହାବାଦ୍‌ ‘ସର୍ଦ୍ଦାର ପଟେଲ ହେଲ୍ଥ କାର୍ଡ’ ଦ୍ୱାରା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଲୋକମାନେ ସବ୍‌ସିଡି ସୁବିଧା ପାଇପାରିବେ ବୋଲି କୁହାଯାଇଛି। ରାଜ୍ୟରେ ମୁଖ୍ୟ ଶସ୍ୟ ତୁଳା ଏବଂ ଚିନାବାଦାମ ଲାଗି ଆବଶ୍ୟକ ସହାୟକ ରାଶି ମଧ୍ୟ ଘୋଷଣା କରାଯାଇଛି। ରାଜ୍ୟରେ ମହିଳା ଭୋଟରଙ୍କୁ କଂଗ୍ରେସ ହାତେଇବା ଲାଗି ମହିଳାଙ୍କ ବିରୋଧରେ ବଢ଼ୁଥିବା ଅପରାଧ ଲାଗି ଫାଷ୍ଟ ଟ୍ରାକ୍‌ କୋର୍ଟର ମଧ୍ୟ ପ୍ରତିଶ୍ରୁତି ଦେଇଛିି।

ସମ୍ବନ୍ଧିତ ଖବର