ଦିଲ୍ଲୀ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ମିଳିଛି ମାତ୍ର ୪% ଭୋଟ୍

ଆପ୍‌କୁ ୫୩.୫୭%, ବି‌ଜେପିକୁ ୩୯%

ନୂଆଦିଲ୍ଲୀ : ଦିଲ୍ଲୀକୁ ଦୀର୍ଘ ୧୫ ବର୍ଷ ଧରି ଶାସନ କରିଥିବା କଂଗ୍ରେସ ୨୦୧୫ ଭଳି ୨୦୨୦ରେ ମଧ୍ୟ ଗୋଟିଏ ବି ଆସନ ଜିତି ପାରିନାହିଁ। ୨୦୧୩ ଦିଲ୍ଲୀ ବିଧାନସଭା ନିର୍ବାଚନରେ କଂଗ୍ରେସ ୨୪.୫୫ ପ୍ରତିଶତ ଭୋଟ ପାଇବା ସହ ୮ଟି ଆସନରେ ବିଜୟୀ ହୋଇଥିଲା। ମାତ୍ର ୨୦୧୫ରେ ଦଳର ଭୋଟ ପ୍ରତିଶତ ୯.୭କୁ କମିଗଲା ଓ ଦଳ ଗୋଟିଏ ବି ଆସନ ଜିତିବାକୁ ସକ୍ଷମ ହୋଇନାହିଁ। ଚଳିତ ବିଧାନସଭା ନିର୍ବାଚନରେ ଏହାର ଭୋଟ ପ୍ରତିଶତ ମାତ୍ର ୪.୨୬ ରହିଛି। ଚଳିତ ବିଧାନସଭା ନିର୍ବାଚନରେ ଆପ୍‌କୁ ୫୩.୫୭ ପ୍ରତିଶତ ବିଜେପିକୁ ୩୯ ପ୍ରତିଶତ ଭୋଟ ମିଳିଛି।

ସମ୍ବନ୍ଧିତ ଖବର