କରୋନାଭାଇରସ ସଂକ୍ରମଣରୁ ନିଜକୁ ସୁରକ୍ଷା ଦେବା ପାଇଁ ମୁହଁରେ କମଳା ଚୋପା, ସାନିଟାରି ପ୍ୟାଡ୍, ଅନ୍ତବସ୍ତ୍ରରେ ତିଆରି ମାସ୍କ ପିନ୍ଧୁଛନ୍ତି ଚୀନବାସୀ

ନୂଆଦିଲ୍ଲୀ: ଚୀନର ଉହାନ୍ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍ ସଂକ୍ରମଣ ଦିନକୁ ଦିନ ବ୍ୟାପୁଥିବା ବେଳେ ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଏ ପର୍ଯ୍ୟନ୍ତ ୨୧୩ଜଣ କରୋନାଭାଇରସର ଶିକାର ହୋଇ ମୃତ୍ୟୁବରଣ କରି ସାରିଥିବା ବେଳେ ୧୦,୦୦ରୁ ଊର୍ଦ୍ଧ୍ବ ଲୋକ‌େ ସଂକ୍ରମିତ ହୋଇ ସାରିଲେଣି। ଦିନକୁ ଦିନ ସଂକ୍ରମଣ ବଢ଼ୁଥିବା ଦେଖି ଲୋକେ ନିଜକୁ ସୁରକ୍ଷା ଦେବା ପାଇଁ ମାସ୍କ କିଣୁଥିବା ଦେଖାଯାଉଛି। ହେଲେ କିଛି ଲୋକ ବଜାରରେ ମିଳୁଥିବା ମାସ୍କ ବ୍ୟବହାର କରିବା ପରିବର୍ତ୍ତେ ନିଜେ ନି‌ଜେ ମାସ୍କ ତିଆରି କରି ପିନ୍ଧୁଥିବା ଦେଖାଯାଇଛି।

Coronavirus: चीन के लोग लगा रहे हैं ब्रा, सैनिटरी पैड्स, संतरे के मास्क
aajtak.intoday.in

କିଛି କମଳା ଚୋପାରେ ମାସ୍କ କରି ପିନ୍ଧୁଥିବା ବେଳେ କିଛି ଲୋକ ସାନିଟାରୀ ପ୍ୟାଡ୍ ଓ ଅନ୍ତବସ୍ତ୍ରରେ ମାସ୍କ ତିଆରି କରି ପିନ୍ଧୁଥିବା ଦେଖାଯାଉଛି। ଯେଉଁମାନଙ୍କୁ ବଜାରରେ ମାସ୍କ ମିଳିପାରୁ ନାହିଁ, ସେମାନେ ଏଭଳି ମାସ୍କ ତିଆରି କରି ପିନ୍ଧୁଥିବା ସାମ୍ନାକୁ ଆସିଛି। କିଛି ଲୋକ ଫଳର ଚୋପାକୁ ମାସ୍କ କରି ପିନ୍ଧୁଛନ୍ତି ତ କିଛି ଲୋକ ବଡ଼ ପ୍ଲାଷ୍ଟିକ ବୋତଲକୁ ମାସ୍କ ଆକାରରେ ବ୍ୟବହାର କରୁଛନ୍ତି।

Coronavirus: चीन के लोग लगा रहे हैं ब्रा, सैनिटरी पैड्स, संतरे के मास्क
aajtak.intoday.in

ମିଳିଥିବା ସୂଚନା ମୁତାବକ, ଦେଶରେ କରୋନାଭାଇରସର ସଂକ୍ରମଣ ବଢ଼ୁଥିବା ଦେଖି ମାସ୍କର ଚାହିଦା ମଧ୍ୟ ବଢ଼ିଛି। ସର୍ଜିକାଲ ମାସ୍କର ଚାହିଦା ବଢ଼ୁଥିବା ବେଳେ ବଜାରରେ ଏହାର ଅଭାବ ଦେଖିବାକୁ ମିଳୁଛି। ଏହା ସହ କିଛି କିଛି ସ୍ଥାନରେ ମାସ୍କର ଦାମ୍ ଅଧିକ ରହିଥିବାରୁ ଲୋକେ ମାସ୍କ କିଣିପାରୁ ନାହାନ୍ତି। ପରିସ୍ଥିତିକୁ ଦେଖି ଲୋକେ ନିଜ ହିସାବରେ ମାସ୍କ ତିଆରି କରି ପିନ୍ଧିବା ଆରମ୍ଭ କରିଛନ୍ତି। ଯାହାର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ‌ ହେବାରେ ଲାଗିଛି।

ସମ୍ବନ୍ଧିତ ଖବର