ଆଇସୋଲେସନ୍‌ ୱାର୍ଡରୁ ପଳାଇ ପାନ ଦୋକାନ ହୋଇ ବନ୍ଧୁ ଘରେ ପହଞ୍ଚିଲେ କରୋନା ଆକ୍ରାନ୍ତ, କ୍ବାରେଣ୍ଟାଇନ୍‌ରେ ପୂରା ପରିବାର

ଆଗ୍ରା: କରୋନା ପାଇଁଁ ବିଭିନ୍ନ ଆଡ଼େ ଏବେ କଟକଣା ଲାଗି ରହିଥିବା ବେଳେ ଆଗ୍ରାର ଜଣେ କରୋନା ଭାଇରସ୍‌ ଆକ୍ରାନ୍ତ ଆଇସୋଲେସନ୍‌ ଓ୍ବାର୍ଡରୁ ବାହାରି ବାହାରକୁ ଚାଲି ଯାଇଥିବା ସୂଚନା ରହିଛି। ବ୍ୟକ୍ତି ଜଣକ ବାହାରକୁ ଯାଇ ଏକ ପାନ ଦୋକାନରୁ ପାନ ମସଲା ଆଣିବା ସହ ତାଙ୍କର ଜଣେ ବନ୍ଧୁଙ୍କ ଘରକୁ ଯାଇଥିବା ସୂଚନା ରହିଛି।

ଆଗ୍ରାର ଏସ୍‌ଏନ୍‌ ମେଡିକାଲ୍‌ କଲେଜ୍‌ରେ ଭର୍ତ୍ତି ହୋଇଥିବା ଏହି ବ୍ୟକ୍ତି ଜଣକ ଆଇସୋଲେସନ୍‌ ୱାର୍ଡରୁ ଖସି ଯାଇ ନିଜ ବନ୍ଧୁଙ୍କ ଘରେ ପହଞ୍ଚିଥିବା କାରଣରୁ ଏବେ ତାଙ୍କ ବନ୍ଧୁଙ୍କର ପୂରା ପରିବାରକୁ କ୍ବାରେଣ୍ଟାଇନ୍‌ରେ ରଖାଯାଇଛି।


Times of India

ବ୍ୟକ୍ତି ଜଣକଙ୍କର ପାନ ମସଲା ଖାଇବାର ଅଭ୍ୟାସ ଥିବା ହେତୁ ‌ସେ ଆସୋଲେସନ୍‌ ୱାର୍ଡରୁ ଖସିି ଦୂରରେ ଥିବା ଏକ ପାନ ଦୋକାନକୁ ଯାଇ ପକେଟ୍‌ ଭରି ପାନ ମସଲା ଆଣିଥିଲେ। ତାଙ୍କୁ ଆଇସୋଲେସନ୍‌ ୱାର୍ଡ ଭଲ ଲାଗୁନଥିବାରୁୁ ସେ ସେଠାରେ ଥିବା ତାଙ୍କର ଜଣେ ବନ୍ଧୁଙ୍କ ଘରକୁ ଯାଇଥିଲେ। ବନ୍ଧୁଙ୍କ ଘର ଲୋକ ତାଙ୍କୁ କରୋନା ହୋଇଥିବା କଥା ଜାଣିନନଥିବା କାରଣରୁ ବ୍ୟକ୍ତି ଜଣଙ୍କୁ ଘରେ ବସାଇ ତାଙ୍କ ସହ କଥାବାର୍ତ୍ତା କରିଥିଲେ।

ପରେ ବ୍ୟକ୍ତିଙ୍କୁ କରୋନା ହୋଇଛି ବୋଲି ଜାଣିବା ପରେ ତାଙ୍କ ବନ୍ଧୁଙ୍କ ପରିିବାର ଲୋକ ତାଙ୍କ ନିଜ ଘର ଲୋକଙ୍କୁ ଖବର ଦେଇଥିଲେ। ଘର ଲୋକ ଆସିବା ପରେ କରୋନା ଆକ୍ରାନ୍ତ ବ୍ୟକ୍ତି ଜଣକ ତାଙ୍କୁ ଏକ ବେସରକାରୀ ହସ୍ପିଟାଲ୍‌ରେ ଭର୍ତ୍ତି କରି ଚିକିତ୍ସା ପାଇଁ ନିବେଦନ କରିଥିଲେ।

ସମ୍ବନ୍ଧିତ ଖବର