ଏମିତିକା ଗୋଭକ୍ତ ଦେଖିଛନ୍ତି କି ? ଗାଈଙ୍କ ପାଇଁ ନିର୍ମାଣ କରିଛନ୍ତି ସ୍ୱତନ୍ତ୍ର ବେଡ଼ରୁମ

ଯୋଧପୁର: ଆପଣ ଅନେକ ସମୟରେ ଗାଈମାନଙ୍କୁ ଚାଲାଣ କରାଯାଉଥିବାର ଖବର ପଡ଼ିଥିବେ | କିଭଳି ଅମାନବୀୟ ଢଙ୍ଗରେ ଗାଈମାନଙ୍କୁ ଚାଲାଣ କରାଯାଏ, ସେବାବଦରେ ବି ଜାଣିଥିବେ | ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ପରିବାର ବାବଦରେ କହିବୁ ଯେଉଁମାନେ ଗାଈଙ୍କୁ ପରିବାରର ସଦସ୍ୟ ଭାବେ ବିବେଚନା କରନ୍ତି | ରାଜସ୍ଥାନର ଯୋଧପୁର ସହରରେ ଥିବା ପାଲ ରୋଡରେ ରୁହନ୍ତି ପ୍ରେମ ସିଂ କାଞ୍ଚବାହା ଏବଂ ତାଙ୍କ ପତ୍ନୀ ସଞ୍ଜୁ କାଞ୍ଚବାହା |

ଉଭୟଙ୍କ ଘରର ନାମ କାଓ ହାଉସ ନାମରେ ପରିଚିତ | ଏହି ପରିବାର ଏଭଳି ଗୋଭକ୍ତ ଯେ ସେମାନେ ଗାଈଙ୍କ ପାଇଁ ଏକ ସ୍ୱତନ୍ତ୍ର କୋଠରୀ ତିଆରି କରିଛନ୍ତି | ଗାଈଙ୍କ ପାଇଁ ସ୍ୱତନ୍ତ୍ର ବେଡ଼ରୁମ ଥିବାବେଳେ ପୁରା ପରିବାର ଗୋମାତାଙ୍କୁ ସେମାନଙ୍କ ପରିବାରର ସଦସ୍ୟ ପରି ସେବା କରନ୍ତି |

ତାଙ୍କ ଘରେ ଦୁଇଟି ଗାଈ ଏବଂ ଗୋଟିଏ ବାଛୁରୀ ଅଛି। କେବଳ ଏତିକି ନୁହେଁ ସଞ୍ଜୁ କହିଛନ୍ତି ଯେ ସେ ଗାଈମାନଙ୍କୁ ଏଭଳି ଟ୍ରେନିଂ ଦେଇଛନ୍ତି ଯେ ଗାଈମାନେ ଶଯ୍ୟା ଉପରେ ଶୋଇଥା’ନ୍ତି ଓ ନିଜେ ଖଟରୁ ଉଠି ବାହାରେ ଯାଇ ଗୋବର କରିଥାନ୍ତି | ଗୋମାତାଙ୍କୁ ଜାତୀୟ ପଶୁ ମାନ୍ୟତା ଦେବାକୁ ସଞ୍ଜୁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର