ଉତ୍ତରପ୍ରଦେଶ, ବିହାର ବିଧାନସଭାରେ ହନୁମାନ ମନ୍ଦିର ପାଇଁ ଦାବି

ନୂଆଦିଲ୍ଲୀ : ଝାଡ଼ଖଣ୍ଡ ବିଧାନସଭା ପରିସରରେ ନମାଜ ପାଠ ପାଇଁ ଏକ ଗୃହ ଆବଣ୍ଟନ କରିବାକୁ ବାଚସ୍ପତି ନୋଟିସ୍‌ କରିବାପରେ ଏହି ଘଟଣାକୁ ନେଇ ରାଜ୍ୟରେ ବିବାଦ ହୋଇଥିଲା। ଏବେ ଉତ୍ତରପ୍ରଦେଶ ଏବଂ ବିହାରରେ ବି ସମାନ ଦାବି ହୋଇଛି। ବିଜେପି ଏହାକୁ ତୁଷ୍ଟୀକରଣ ରାଜନୀତି କହି ବିଧାନସଭା ପରିସରରେ ହନୁମାନ ମନ୍ଦିର ନିର୍ମାଣ ପାଇଁ ଦାବି କରିଥିଲା। ଏବେ ଉତ୍ତରପ୍ରଦେଶରେ ଜଣେ ସମାଜବାଦୀ ପାର୍ଟି ବିଧାୟକ ବିଧାନସଭା ପରିସରରେ ଏକ ନମାଜ ଗୃହ ଚାହିଛନ୍ତି। ସେହିପରି ବିହାରରେ ଜଣେ ବି‌ଜେପି ବିଧାୟକ ରାଜ୍ୟ ବିଧାନସଭାରେ ବିଧାୟକମାନଙ୍କ ହନୁମାନ ଚାଳିଶା ପାଠ ପାଇଁ ଏକ ଗୃହ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର