ଆଜି ସନ୍ଧ୍ୟାରେ ତାମିଲନାଡୁ ଓ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ

ଭୁବନେଶ୍ବର:  ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଉପରେ ସୃଷ୍ଟ ଲଘୁଚାପ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୨୧ କିଲୋମିଟର୍‌ ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତିକରି ଆଜି ଭୋର୍‌ ୫:୩୦ରେ ଚେନ୍ନାଇର ପୂର୍ବ-ଦକ୍ଷିଣପୂର୍ବକୁ ପ୍ରାୟ ୧୭୦ ଏବଂ ପୁଡ୍ଡୁଚେରୀର ପ୍ରାୟ ୧୭୦ କିଲୋମିଟର୍‌ ପୂର୍ବ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଉପରେ କନ୍ଦ୍ରୀଭୂତ ହୋଇଥିବା କଥା ଭାରତୀୟ ପାଣିପାଗ ବିଭାଗ କହିଛି।

ଏହା ଆହୁରି ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରି ଆଜି ସନ୍ଧ୍ୟାସୁଦ୍ଧା ଉତ୍ତର ତାମିଲନାଡୁ ଏବଂ ସଂଲଗ୍ନ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବାର ଯଥେ‌ଷ୍ଟ ସମ୍ଭାବନା ରହିଛି।

ଏହାର ପ୍ରଭବରେ ଆଗାମୀ ଦୁଇ ଦିନ ଧରି ତାମିଲନାଡୁରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗରୁ ମିଳିଥିବା ସଦ୍ୟତମ ସୂଚନା ଅନୁସାରେ, ଆଜି ସନ୍ଧ୍ୟାସୁଦ୍ଧା ଲଘୁଚାପ ଉତ୍ତର ପୁଡ୍ଡୁଚେରୀ ପାଖ ଦେଇ ଉତ୍ତର ତାମିଲନାଡୁ ଏବଂ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳ କରାଇକଲ ଏବଂ ଶ୍ରୀହରିକୋଟା ମଧ୍ୟ ଦେଇ ଉପକୂଳ ଅତିକ୍ରମ କରିବ।

ସମ୍ବନ୍ଧିତ ଖବର