ବଳିଆ ସ୍ୱାସ୍ଥ୍ୟ ଉପରେ ଡାକ୍ତରଙ୍କ ନଜର

ନୂଆଦିଲ୍ଲୀ: ଗତକାଲି ନ୍ୟୁରୋ ଆଇସିୟୁରୁ ପ୍ରାଇଭେଟ୍‌ ଓ୍ଵାର୍ଡ କ୍ୟାବିନ୍‌କୁ ସ୍ଥାନାନ୍ତରିତ ହୋଇଥିବା ବଳିଆର ସ୍ୱାସ୍ଥ୍ୟରେ ଆଶାନୁରୂପ ଉନ୍ନତି ହୋଇନଥିବା ଜଣାପଡ଼ିଛି। ଏପରିସ୍ଥଳେ ବଳିଆର ସ୍ୱାସ୍ଥ୍ୟାବସ୍ଥା ଉପରେ ଏମ୍ସ ପକ୍ଷରୁ ଡାକ୍ତରୀଦଳ ତୀକ୍ଷ୍ଣ ନଜର ରଖିବାକୁ ସ୍ଥିର କରିଛନ୍ତି। ଆଉ କିଛି ପରୀକ୍ଷା ପାଇଁ ଡାକ୍ତରୀଦଳ ଯୋଜନା କରୁଥିବା ଜଣାପଡ଼ିଛି। ବଳିଆର ଏଯାବତ୍‌ ଚେତା ନଫେରିବା ଡାକ୍ତରମାନଙ୍କ ପାଇଁ ସବୁଠାରୁ ବଡ଼ ଚିନ୍ତାର କାରଣ। ଅପରପକ୍ଷେ ଜଗା ସ୍ୱାଭାବିକ ଭାବେ ଖିଆପିଆ ସହ ତା’ ବାପା ମା’ଙ୍କ ସହ ବୁଲୁଛି ଓ ଖେଳୁଛି। ଉଭୟ ଜଗା ବଳିଆ ଖୁବ୍‌ ଶୀଘ୍ର ଆରୋଗ୍ୟ ଲାଭ କରିବେ ବୋଲି ସେମାନଙ୍କ ବାପା ମା’ ଆଶା ବାନ୍ଧିଛନ୍ତି। ଉଲ୍ଲେଖଯୋଗ୍ୟ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ ପରେ ଜଗାକୁ ଚଳିତମାସ ୩ ତାରିଖରେ ଆଇସିୟୁରୁ ଜେନେରାଲ ଓ୍ଵାର୍ଡକୁ ସ୍ଥାନାନ୍ତରିତ କରାଯାଇଥିଲା ଏବଂ ବଳିଆକୁ ଗତକାଲି ପ୍ରାଇଭେଟ୍‌ ଓ୍ଵାର୍ଡ କ୍ୟାବିନ୍‌କୁ ଅଣାଯାଇଥିଲା।

ସମ୍ବନ୍ଧିତ ଖବର