ପ୍ରଖ୍ୟାତ ତେଲୁଗୁ ଅଭିନେତା କ୍ରିଷ୍ଣାଙ୍କ ପରଲୋକ

ହାଇଦ୍ରାବାଦ,: ପ୍ରଖ୍ୟାତ ତେଲୁଗୁ ଅଭିନେତା ତଥା ସାଉଥ୍‌ ସୁପର୍‌ଷ୍ଟାର ମହେଶ ବାବୁଙ୍କ ପିତା କ୍ରିଷ୍ଣା (ଶିବା ରାମା କ୍ରିଷ୍ଣା)ଙ୍କର ମଙ୍ଗଳବାର ସକାଳେ ହାଇଦ୍ରାବାଦରେ ୭୯ ବର୍ଷ ବୟସରେ ପରଲୋକ ହୋଇଛି। ସେଲିବ୍ରିଟି ଏବଂ ସମ୍ପର୍କୀୟମାନେ ଆଜି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଛନ୍ତି। ସନ୍ଧ୍ୟାରେ ଗାଚିବୋଭଲି ଷ୍ଟାଡିୟମକୁ ପାର୍ଥିବ ଶରୀର ସ୍ଥାନାନ୍ତର କରାଯାଇଛି। ଆସନ୍ତାକାଲି ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ମହାପ୍ରସ୍ଥାନମ୍‌ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହେବ।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଶୋକ ପ୍ରକାଶ କରିବା ସହ କ୍ରିଷ୍ଣାଙ୍କ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି। କ୍ରିଷ୍ଣାଙ୍କ ବିୟୋଗ ତେଲୁଗୁ ଚଳଚ୍ଚିତ୍ର ଶିଳ୍ପ ପାଇଁ ଏକ ବଡ଼ କ୍ଷତି ବୋଲି ସେ କହିଛନ୍ତି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍‌ ଜଗନ୍ ମୋହନ ରେଡ୍ଡୀ ମଧ୍ୟ କ୍ରିଷ୍ଣାଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଚିରଞ୍ଜୀବୀ, ଜୁନିଅର ଏନ୍‌ଟିଆର୍‌, ବିଜୟ ଦେବରାକୋଣ୍ଡା, ନାଗା ଚୈତନ୍ୟ, ପ୍ରଭାସ ଏବଂ ପୱନ କଲ୍ୟାଣଙ୍କ ସମେତ ଅନେକ ଚଳଚ୍ଚିତ୍ର ସେଲିବ୍ରିଟି ତାଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର