ଆଲାର୍ମ ବାଜିବାରୁ ଜରୁରୀ ଅବତରଣ କଲା ଗୋ ଫାଷ୍ଟ ବିମାନ, ହେଲେ…

ବେଙ୍ଗାଲୁୁରୁ: ଜରୁରୀ ଅବତରଣ କଲା ବେଙ୍ଗାଲୁରୁରୁ ମାଲଦ୍ୱୀପ ଯାଉଥିବା ଗୋ ଫାଷ୍ଟ ବିମାନ। ବିମାନଟି ବେଙ୍ଗାଲୁରୁରୁ ଉଡ଼ାଣ କରିଥିବା ବେଳେ ଭିତରେ ୯୨ଜଣ ଯାତ୍ରୀ ଥିଲେ। ହେଲେ ମଝି ଆକାଶରେ ବିମାନରେ ଧୂଆଁ ବାହାରିଲେ ସୂଚିତ କରୁଥିବା ଆଲାର୍ମ ବାଜି ଉଠିବାରୁ ପାଇଲଟ ତୁରନ୍ତ ତାମିଲନାଡୁର କୋଏମ୍ବାଟୁର ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲେ। ହେଲେ ଅବତରଣ ପରେ ଭୁଲବଶତଃ ଆଲାର୍ମ ବାଜିଥିବା ଜଣାପଡ଼ିଥିଲା।

ତେବେ ବିମାନରେ ଥିବା ୯୨ଜଣ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଆଜି ସନ୍ଧ୍ୟାରେ ସେମାନଙ୍କୁ କୋଏମ୍ବାଟୁର ବିମାନବନ୍ଦରରୁ ମାଳଦ୍ବୀପ ପଠାଯାଇଥିବା ଜଣାପଡ଼ିଛି।

बेंगलुरु से मालदीव जा रही GO FIRST फ्लाइट की इमरजेंसी लैंडिंग, 92 यात्री थे सवार
livehindustan

ସୂଚନା ଅନୁଯାୟୀ, ଶୁକ୍ରବାର ଦିନ ବେଙ୍ଗାଲୁରୁରୁ ବିମାନ ମାଲଦ୍ୱୀପ ଆଡକୁ ଉଡ଼ାଣ କରିବା ପରେ ବିମାନର ଇଞ୍ଜିନରେ କିଛି ତ୍ରୁଟି ଚିହ୍ନଟ ହୋଇଥିଲା। ବିମାନଟି ମଧ୍ୟାହ୍ନ ୧୨ଟାରେ ଉଡ଼ାଣ ଆରମ୍ଭ କରିଥିବା ବେଳେ ଠିକ୍ ଏକ ଘଣ୍ଟା ପରେ ବିମାନର ଇଞ୍ଜିନ୍ ଗରମ ହୋଇଯାଇଥିଲା। ଏହା ପରେ ଧୂଆଁ ବାହାରିଲେ ସୂଚିତ କରୁଥିବା ଆଲର୍ଟ ଆଲାର୍ମ ବାଜିବା ଆରମ୍ଭ ହୋଇଥିଲା। ଆଲାର୍ମ ବାଜିବା ପରେ ପାଇଲଟ୍ ତୁରନ୍ତ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ସହିତ ଯୋଗାଯୋଗ କରି ନିକଟସ୍ଥ ବିମାନବନ୍ଦର କୋଏମ୍ବାଟୁରରେ ଅବତରଣ କରିବାକୁ ଅନୁମତି ମାଗିଥିଲେ। ପାଇଲଟ କୋଏମ୍ବାଟୁର ବିମାନବନ୍ଦରର ରନୱେରେ ଜରୁରୀ ଅବତରଣ ପାଇଁ ଅନୁମତି ମାଗିବା ମାତ୍ରେ ତୁରନ୍ତ ତାଙ୍କୁ ଅନୁମତି ମିଳିଥିଲା। ବିମାନଟି ରନୱେରେ ଅବତରଣ କରିବା ପୂର୍ବରୁ ଅଗ୍ନିଶମ କର୍ମଚାରୀ ଏବଂ ସୁରକ୍ଷା ବାହିନୀ ରନୱେରେ ଆସି ପହଞ୍ଚିଥିଲେ। ହେଲେ ବିମାନ ଅବତରଣ ପରେ ଯାଞ୍ଚ କରାଯିବାରୁ ଧୂଆଁ ପାଇଁ ନୁହେଁ ବରଂ ଇଞ୍ଜିନ ଗରମ ହୋଇଯିବାରୁ ଆଲାର୍ମ ବାଜିଥିବା ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର