ପାକିସ୍ତାନ ସଂସଦକୁ ଯିବେ ପ୍ରଥମ ହିନ୍ଦୁ ମହିଳା!

ଇସ୍‌ଲାମାବାଦ: ପାକିସ୍ତାନର ସିନ୍ଧ ପ୍ରଦେଶ ଅନ୍ତର୍ଗତ ଥର୍‌ର ଜଣେ ହିନ୍ଦୁ ମହିଳାଙ୍କୁ ସିନେଟ ସଦସ୍ୟ ଭାବେ ପାକିସ୍ତାନ ପିପୁଲ୍ସ ପାର୍ଟି(ପିପିପି) ପକ୍ଷରୁ ମନୋନୀତ କରାଯାଇଛି। ୩୯ ବର୍ଷୀୟା କ୍ରିଷ୍ଣା କୁମାରୀ ନିର୍ବାଚନରେ ବିଜୟୀ ହେଲେ ପାକିସ୍ତାନର ପ୍ରଥମ ହିନ୍ଦୁ ସିନେଟର ମାନ୍ୟତା ପାଇବେ। ୧୯୭୯ ମସିହାରେ ଜନ୍ମିତ କୋଲ୍ହି ସମ୍ପ୍ରଦାୟର କ୍ରିଷ୍ଣାଙ୍କ ପୂର୍ବପୁରୁଷମାନେ ସ୍ୱାଧୀନତା ସଂଗ୍ରାମୀ ଥିଲେ। ଜଣେ ସାମାଜିକ କର୍ମୀ ଭାବେ କାର୍ଯ୍ୟରତ କ୍ରିଷ୍ଣା ପିପିପିରେ ମିଶିବା ପରେ ବେରାନୋ ୟୁନିୟନ୍‌ କାଉନ୍‌ସିଲ୍‌ର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ।

ସମ୍ବନ୍ଧିତ ଖବର