ମାଗଣାରେ ହେଉଛି ହୃତପିଣ୍ଡ ଅସ୍ତ୍ରୋପଚାର

୩ ବର୍ଷ ମଧ୍ୟରେ ୧,୦୦୨ ଶିଶୁଙ୍କ ହୋଇଛି ହୃତପିଣ୍ଡ ଅସ୍ତ୍ରୋପଚାର

ଜୟପୁର: ରାଜସ୍ଥାନର ସ୍ୱାସ୍ଥ୍ୟବିଭାଗ ୨୦୧୪ରୁ ନେଇ ଏଯାବତ୍‌ ୧,୦୦୨ଶିଶୁଙ୍କ ମାଗଣାରେ ହୃତପିଣ୍ଡ ଅସ୍ତ୍ରୋପଚାର କରି ଏକ ବିରଳ ସଫଳତା ହାସଲ କରିଛନ୍ତି। ସ୍ୱାସ୍ଥ୍ୟ ବିଭାଗ ହୃତପିଣ୍ଡ ଅସ୍ତ୍ରୋପଚାର

ପାଇଁ ନିକଟରେ ଆହୁରି ୧୦ଟି ନୂତନ ହସ୍‌ପିଟାଲ ସହ ଅନୁବନ୍ଧିତ ହେବା ପାଇଁ ଯୋଜନା କରିଛନ୍ତି।

ସୂଚନାଯୋଗ୍ୟ, ରାଜସ୍ଥାନରେ ୨୦୧୪ରୁ  ଏଯାବତ୍‌ ୧,୦୦୨ ଶିଶୁଙ୍କ ହୃତପିଣ୍ଡ ଅସ୍ତ୍ରୋପଚାର

ହୋଇସାରିଛି। ଯେଉଁ ପିତାମାତାମାନେ ତାଙ୍କ ଶିଶୁଙ୍କ ହାର୍ଟ ସର୍ଜରି କରିବା ପାଇଁ ଆବଶ୍ୟକ ପରିମାଣର ଅର୍ଥ ଖର୍ଚ୍ଚ କରିବା ଲାଗି ସମର୍ଥ ନୁହନ୍ତି,ସମାନଙ୍କୁ ଏହି ସୁବିଧା ଯୋଗାଇ ଦିଆଯାଏ।

ଏହି ସର୍ଜରି  ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ(ଆରବିଏସ୍‌କେ) ମାଧ୍ୟମରେ କରାଯାଉଛି। ସ୍ୱାସ୍ଥ୍ୟ ବିଭାଗ ଏହି ଅସ୍ତ୍ରୋପଚାର ଲାଗି  ଘରୋଇ ହସ୍‌ପିଟାଲକୁ ୬୦,୦୦୦ରୁ  ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପ୍ରଦାନ କରିଥାଆନ୍ତି। ଏହାପୂର୍ବରୁ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ  ଅଧିନରେ ଘରୋଇ ହସ୍‌ପିଟାଲରେ ଆର୍ଥିକ ଦୁର୍ବଳ ଶିଶୁମାନଙ୍କୁ  ପ୍ରତ୍ୟେକ ସର୍ଜରିରେ  ୬୦,୦୦୦ଟଙ୍କାରୁ  ୧.୬ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସରକାରୀ ସହାୟତା ଦିଆଯାଉଥିଲା। ବର୍ତ୍ତମାନ ୧.୬ ଲକ୍ଷ ସୀମା ବୃଦ୍ଧି ପାଇ ୨ଲକ୍ଷରେ ପହଞ୍ଚିଛି।

ରାଜ୍ୟରେ କେବଳ ଦୁଇଟି ସରକାରୀ ହସ୍‌ପିଟାଲରେ ହୃତପିଣ୍ଡ ଅସ୍ତ୍ରୋପଚାର କରାଯାଇଥାଏ। ଏହାକୁ ଦୃଷ୍ଟିରେ ରଖି ରାଜସ୍ଥାନ ସ୍ୱାସ୍ଥ୍ୟ ବିଭାଗ ଘରୋଇ ହସ୍‌ପିଟାଲରେ ହୃତପିଣ୍ଡ ଅସ୍ତ୍ରୋପଚାର ସୁବିଧାକୁ ଯୋଡ଼ିଛନ୍ତି। ବର୍ତ୍ତମାନ ସୁଦ୍ଧା ୧୫ଟି ଘରୋଇ ହସ୍‌ପିଟାଲରେ ହୃତପିଣ୍ଡ ଅସ୍ତ୍ରୋପଚାର କରାଯାଉଛି।  ହୃତପିଣ୍ଡ ଅସ୍ତ୍ରୋପଚାର ପାଇଁ  ଜୟପୁରରେ ୮ଟି ହସ୍‌ପିଟାଲ , ଭରତପୁରରେ ଦୁଇଟି ଓ ଉଦୟପୁରରେ ଦୁଇଟି, ଯୋଧପୁରରେ ୧ଟି, କୋଟାରେ ୧ଟି ଓ ଆଜମେରରେ ଗୋଟିଏ ରହିଛି।

ସ୍ୱାସ୍ଥ୍ୟ ବିଭାଗ ସରକାରୀ ସ୍କୁଲ, ଅଙ୍ଗନବାଡି ଓ ମଦ୍ରାସାରେ ପିଲାମାନଙ୍କ ସ୍ୱାସ୍ଥ୍ୟର ନିୟମିତ ଯାଞ୍ଚ କରିଥାଏ। ପିଲାମାନଙ୍କ ଯାଞ୍ଚ ଏଥିପାଇଁ କରିଥାଏ ଯେ ଏମାନଙ୍କ ଶରୀରରେ ହୃଦୟଜନିତ ରୋଗ ନାହିଁ ତ ? ସେଥିପାଇଁ ସମସ୍ତ ହୃତ ପରୀକ୍ଷା ମଧ୍ୟ କରାଯାଇଥାଏ। ସ୍ୱାସ୍ଥ୍ୟ ବିଭାଗ ଯେଉଁ ପିଲାମାନଙ୍କ ହୃଦୟ ଜନିତ ରୋଗ ପାଏ, ତୁରନ୍ତ ସେମାନଙ୍କ ଚିକିତ୍ସା ମାଗଣାରେ ଆରମ୍ଭ କରିଥାଏ।

ସମ୍ବନ୍ଧିତ ଖବର