ନୂପୁର ଶର୍ମାଙ୍କଠୁ ଋଷି ସୁନକ ଯାଏ: ଜାଣନ୍ତୁ ଏ ବର୍ଷ ଗୁଗଲରେ କିଏ ବେଶି ଖୋଜାପଡ଼ିଛନ୍ତି

ନୂଆଦିଲ୍ଲୀ : ଖ୍ରୀଷ୍ଟୀୟ ବର୍ଷ ୨୦୨୨ ଶେଷ ହେବାକୁ ଯାଉଛି। ତେବେ ଆମେ ୨୦୨୩କୁ ସ୍ବାଗତ କରିବା ପୂର୍ବରୁ ୨୦୨୨ରେ ଭାରତରେ କେଉଁ ଚର୍ଚ୍ଚିତ ବ୍ୟକ୍ତିତ୍ବମାନଙ୍କୁ ଗୁଗଲ ସର୍ଚ୍ଚରେ ବେଶି ଖୋଜା ପଡ଼ିଥିଲା, ସେମାନଙ୍କର ଏକ ତାଲିକା ଗୁଗଲ ପ୍ରସ୍ତୁତ କରିଛି, ଯାହା ଏକ ପଠନୀୟ ବିଷୟ। ଏଥିରୁ ଆମେ ଜାଣିପାରିବା କାହା ବିଷୟରେ ଜାଣିବାକୁ ଲୋକଙ୍କ ମନରେ ବେଶି ଉତ୍ସାହ ସୃଷ୍ଟି ହୋଇଥିଲା।

ଏହି ତାଲିକାରେ ପ୍ରଥମ ସ୍ଥାନରେ ଅଛନ୍ତି ଭାରତୀୟ ରାଜନେତ୍ରୀ ତଥା ବିଜେପିର ନିଲମ୍ବିତ ମୁଖପାତ୍ର ନୂପୁର ଶର୍ମା। ତାଙ୍କ ପଛକୁ ଅଛନ୍ତି ଯଥାକ୍ରମେ ଭାରତର ରାଷ୍ଟ୍ରପତି ଦୌପଦୀ ମୁର୍ମୁ, ଇଂଲଣ୍ଡ ପ୍ରଧାନମନ୍ତ୍ରୀ ଋଷି ସୁନକ ଇତ୍ୟାଦି। ଏହାର ଏକ ତାଲିକା ଦିଆଗଲା: ୧. ନୂପୁର ଶର୍ମା, ୨. ଦ୍ରୌପଦୀ ମୁର୍ମୁ, ୩. ଋଷି ସୁନକ, ୪. ଲଳିତ ମୋଦି, ୫. ସୁସ୍ମିତା ସେନ, ୬. ଅଞ୍ଜଳି ଅରୋଡ଼ା, ୭. ଅବଦୁ ରୋଜିକ, ୮. ଏକନାଥ ସିନ୍ଦେ, ୯. ପ୍ରବୀଣ ତାମ୍ବେ, ୧୦. ଅମ୍ବର ହାର୍ଡ।

ସମ୍ବନ୍ଧିତ ଖବର