ଗୋଆ ବିଚ୍‌ରେ ଏସବୁ କାମ କଲେ , ଏଣିକି ଗଣିବାକୁ ପଡ଼ିବ ଜରିମାନା

ପଣଜୀ : ଗୋଆ ବିଚ୍‌ରେ ମଦ୍ୟପାନ କରିବା,ଖୋଲା ଜାଗାରେ ଖାଦ୍ୟ ଫିଙ୍ଗିବା ଓ ଅଳିଆ ପକାଇବା ଏବେ ପର୍ଯ୍ୟଟକଙ୍କ ପାଇଁ ମହଙ୍ଗା ପଡ଼ିବ। ଗୋଆ ସରକାର ଏବେ ଏହାକୁ ଅପରାଧ ଶ୍ରେଣୀରେ ସାମିଲ କରିଛନ୍ତି। ଯଦି କୌଣସି ବ୍ୟକ୍ତି ଉପରୋକ୍ତ ଅପରାଧ ଏକାକୀ କରେ, ତେବେ ତାକୁ ଦୁଇ ହଜାର ଟଙ୍କାର ଜରିମାନା ଦେଶକୁ ପଡ଼ିବ। ଅନ୍ୟ ପକ୍ଷରେ ଯଦି ସାମୁହିକ ଭାବେ ଏହି କାର୍ଯ୍ୟ କରିବେ,ତେବେ ୧୦ହଜାର ଟଙ୍କାର ଜରିମାନା ଗଣିବାକୁ ହେବ। ସରକାର ଗୋଆ ଟୁରିଷ୍ଟ ପ୍ଲେସେସ୍‌(ପ୍ରୋଟେକ୍ସନ୍‌ ଆଣ୍ଡ୍‌ ମେଣ୍ଟେନାନ୍‌ସ ଆକ୍ଟ)୨୦୦୧ ଅନୁଯାୟୀ ସଂଶୋଧନର ପ୍ରସ୍ତାବ ପ୍ରସ୍ତୁତ କରିଛି।
ଏହି ପ୍ରସ୍ତାବକୁ ଆଗାମୀ ସପ୍ତାହରେ ଅନୁଷ୍ଠିତ ହେବାକୁ ଥିବା କ୍ୟାବିନେଟ୍‌ ରେ ବୈଠକରେ ଅନୁମୋଦିତ ହେବ। ଯେଉଁମାନେ ତିନି ମାସ ମଧ୍ୟରେ ଜରିମାନା ପଇଠ ନ କରିବେ, ସେମାନଙ୍କ ଲାଗି ତିନି ମାସର ଜେଲଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଏଥିରେ କୁହାଯାଉଛି। ଗୋଆ ପର୍ଯ୍ୟଟନ ମନ୍ତ୍ରୀ କହିଛନ୍ତି ଯେ ଗୋଆର ପରିଷ୍କାର-ପରିଚ୍ଛନ୍ନତାର ଦାୟିତ୍ୱ ବସ୍ତିରେ ରହୁଥିବା ଲୋକମାନଙ୍କୁ ଦିଆଯିବ।

ସମ୍ବନ୍ଧିତ ଖବର