ବିବାହର କିଛି ସମୟ ପରେ ଶବ ପାଲଟିଲା ବର, ବିଧବା ହେଲା କନ୍ୟା

ଆଗ୍ରା: ଉତ୍ତରପ୍ରଦେଶର ଆଗ୍ରାରେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ୍‌ ଚାପାରେ ବରର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ବରର ଶରୀର ଖଣ୍ଡବିଖଣ୍ଡ ହୋଇଯାଇଥିଲା। ଏହି ଘଟଣା ସମ୍ପର୍କରେ ଖବର ମିଳିବା ପରେ ଉଭୟ ବର ଓ କନ୍ୟା ପରିବାରରେ ଶୋକକୁଳ ପରିବେଶ ଖେଳି ଯାଇଥିଲା।

ସୂଚନାଯୋଗ୍ୟ, ଏଭଳି ଏକ ଦୃଦୟବିଦାରକ ଘଟଣା ଆଗ୍ରାର କୁରଞ୍ଚିତପୁର ମୋଡରେ ଘଟିଥିଲା। ରବିବାର ଆଗ୍ରାର ଇଦଗାହ ଅଞ୍ଚଳରେ ରହୁଥିବା ବିମଳ ବରଯାତ୍ରୀ ସହ ମେୟାର ଲାଖନ୍‌ ଜାଟବଙ୍କ ଘରେ ପହଞ୍ଚିଥିଲେ। ଲଖନ୍‌ଙ୍କ କନ୍ୟା ସରିତାଙ୍କ ସହ ବିମଳଙ୍କ ବିବାହ ହୋଇଥିଲା। ବିବାହ ପରେ ଦ୍ୱିପହରେ ଖାଦ୍ୟ ଖାଇ ୩ଟା ବେଳେ ସରିତା ଶାଶୁଘରକୁ ବିଦା ହୋଇଥିଲା। କିନ୍ତୁ ବାଟରେ ତାଙ୍କ ସହିତ ଏଭଳି ଘଟିବ ବୋଲି କେହି ସ୍ୱପ୍ନରେ ସୁଦା ଭାବି ନଥିଲେ। କାରରେ ସରିତା ଓ ବିମଳ ଏବଂ ଅନ୍ୟ ତିନିଜଣ ସମ୍ପର୍କୀୟ ବସିଥିଲେ। ରାସ୍ତାରେ କୁରଞ୍ଚିତପୁର ମୋଡ ନିକଟରେ ସରିତାଙ୍କୁ ବାନ୍ତି ଲାଗିଥିଲା ତେଣୁ କାରଟି ଏକ ଢ଼ାବାରେ ଅଟକି ଥିଲା। ଢ଼ାବାରେ ଗାଡ଼ି ଅଟକିବା ପରେ ବିମଳ ପରିଶ୍ରା କରିବାକୁ ରାସ୍ତା ପାର ହେଉଥିଲେ, ଏହି ସମୟରେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ବିମଳଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ବିମଳଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛନ୍ତି। ଅଜ୍ଞତା ଟ୍ରକ୍‌ ଡ୍ରାଇଭର ନାମରେ ମାମଲା ରୁଜୁ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଠିକ୍‌ ଆଉ ଏକ ଘଟଣା ବରେଲିରେ ରବିବାର ସକାଳେ ଘଟିଥିଲା। ଜଣେ ୩୦ ବର୍ଷିୟ ବ୍ୟକ୍ତି ଫୋନ୍‌ରେ କଥା ହେବା ସହ ଅନ୍ୟ ଏକ ଫୋନରେ ମେସେଜ୍‌ ଟାଇପ୍‌ କରି ଗାଁ ପାଖ ଦେଇ ଯାଇଥିବା ଏକ ରେଳଧାରଣା ପାର କରୁଥିଲେ। ଏହି ସମୟରେ ହଠାତ୍‌ ଟ୍ରେନ୍‌ ଆସି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଦୁଃଖର ବିଷୟ ନୋଇଡ଼ାର ଏକ ଘରୋଇ ସଂସ୍ଥାନରେ କାମ କରୁଥିବା ମୃତ ଇଞ୍ଜିନୟର ନରେଶ ପାଲ୍‌ଙ୍କ ରବିବାର ସନ୍ଧ୍ୟାରେ ବାହାଘର ଥିଲା ବୋଲି ସୂଚନା ମିଳିଥିଲା।

ସମ୍ବନ୍ଧିତ ଖବର