ସହାୟ କମିସନଙ୍କ ଚୂଡ଼ାନ୍ତ ରିପୋର୍ଟ: ଗୁମ୍‌ନାମି ବାବା ନେତାଜୀ ନଥିଲେ

ଲକ୍ଷ୍ନୌ : ଗୁମ୍‌ନାମି ବାବା ଓରଫ ଭଗୱାନ୍‌ଜୀ ପ୍ରକୃତରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ନଥିଲେ ବୋଲି ବିଚାରପତି ବିଷ୍ଣୁ ସହାୟ କମିସନ ତାଙ୍କ ଚୂଡ଼ାନ୍ତ ରିପୋର୍ଟ ପ୍ରକାଶ କରିଛନ୍ତି। ରହସ୍ୟମୟ ଗୁମ୍‌ନାମି ବାବାଙ୍କ ଉପରେ ତଦନ୍ତ କରୁଥିବା ଜଷ୍ଟିସ ସହାୟ କମିଶନ କହିଛନ୍ତି ଯେ, ଗୁମ୍‌ନାମି ବାବା ପ୍ରକୃତରେ ନେତାଜୀ ନଥିଲେ। ସେ ନେତାଜୀଙ୍କ ଜଣେ ସମର୍ଥକ ଥିଲେ। ଗୁମ୍‌ନାମି ବାବାଙ୍କ କଣ୍ଠସ୍ବର ନେତାଜୀଙ୍କ କଣ୍ଠ ସ୍ବର ସହ ମିଶିଯାଉଥିଲା ବୋଲି କମିସନ ନିଜର ଚୂଡ଼ାନ୍ତ ରିପୋର୍ଟ ପ୍ରକାଶ କରିଛନ୍ତି। ୧୯୮୫ ସେପ୍‌ଟେମ୍ବର ୧୬ରେ ଗୁମ୍‌ନାମି ବାବାଙ୍କର ଦେହାନ୍ତ ହୋଇଥିଲା। ଅଯୋଧ୍ୟାର ଗୁପ୍ତାର ଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ଗୁମ୍‌ନାମି ବାବା ନେତାଜୀ ନଥିଲେ ବୋଲି କମିସନ ୧୧ଟି ଗୁରୁତ୍ବପୂର୍ଣ୍ଣ ଯୁକ୍ତି ଉଲ୍ଲେଖ କରିଛନ୍ତି। କମିସନଙ୍କ ଚୂଡ଼ାନ୍ତ ରିପୋର୍ଟ ଅନୁସାରେ, ଗୁମ୍‌ନାମି ବାବା ନେତାଜୀଙ୍କ ଜଣେ ସମର୍ଥକ ଥିଲେ। ମାତ୍ର, ଯେତେବେଳେ ଲୋକେ ତାଙ୍କୁ ନେତାଜୀ କହିବା ଆରମ୍ଭ କରିଥିଲେ, ସେ ନିଜର ଠିକଣା ବଦଳାଇ ଦେଇଥିଲେ। ଗୁମ୍‌ନାମି ବାବା ମ୍ୟୁଜିକ୍‌ ଓ ଖାଦ୍ୟ ପ୍ରିୟ ଥିଲେ ଏବଂ ସିଗାରେଟ୍‌ ଟାଣୁଥିଲେ। ଆଉ ମଧ୍ୟ ତାଙ୍କ କଣ୍ଠ ସ୍ବର ନେତାଜୀଙ୍କ କଣ୍ଠସ୍ବର ସହ ମେଳ ଖାଉଥିଲା। ବାବା ମଧ୍ୟ ଜଣେ ବଙ୍ଗାଳୀ ଥିଲେ ଏବଂ ତାଙ୍କର ଇଂରାଜି, ହିନ୍ଦୀ ଭାଷାରେ ମଧ୍ୟ ଦକ୍ଷତା ଥିଲା।

tfipost.com

ଜଣିକିଆ ସଦସ୍ୟଙ୍କୁ ନେଇ ସହାୟ କମିସନ ୨୦୧୬ ଜୁନ୍‌ ୨୮ରେ ଗଠିତ ହୋଇଥିଲା ଏବଂ ୨୦୧୭ ସେପ୍‌ଟେମ୍ବର ୧୯ରେ ତାଙ୍କର ରିପୋର୍ଟ ପ୍ରଦାନ କରିଥିଲେ। ୨୦୧୩ ଜାନୁୟାରୀ ୩୧ରେ ଆହ୍ଲାବାଦ ହାଇକୋର୍ଟ କମିସନ ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ କୋଲକାତାର ବୁଲ୍‌ବୁଲ୍‌ ନାମକ ଜଣେ ବ୍ୟକ୍ତି ଗୁମ୍‌ନାମି ବାବାଙ୍କୁ ଏକ ପତ୍ର ଲେଖିଥିଲେ ଯେ, ‘ଆପଣ ଆମ ଘରକୁ ଆସିଲା ପରେ ନେତାଜୀଙ୍କ ଜୟନ୍ତୀ ପାଳନ କରିବା’। ବୁଲ୍‌ବୁଲ୍‌ଙ୍କ ଏହି ଚିଠି ପ୍ରମାଣ କରିଥିଲା ‌ଗୁମ୍‌ନାମି ବାବା ଓ ନେତାଜୀ ଏକ ନୁହଁନ୍ତି, ଦୁହେଁ ଭିନ୍ନ।

ସମ୍ବନ୍ଧିତ ଖବର