ସିଆଇଏସ୍‌ଏଫ୍‌ ଏବଂ କୋଇଲା ଚୋରଙ୍କ ମଧ୍ୟରେ ଗୁଳି ବିନିମୟ, ୪ ମୃତ

ଧାନବାଦ: ଧାନବାଦର ବାଘମାରା ଡୁମରାରେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସ୍‌ଏଫ୍‌) ଏବଂ କୋଇଲା ଚୋରଙ୍କ ମଧ୍ୟରେ ଆଜି ସକାଳେ ଗୁଳି ବିନିମୟ ହୋଇଛି। ଏଥିରେ ୬ ଜଣଙ୍କୁ ଗୁଳି ଲାଗିଥିବା ବେଳେ ୪ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଆଉ ୨ ଜଣ ସଙ୍କଟାପନ୍ନ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। କୋଇଲା ଚୋର ଗ୍ୟାଙ୍ଗ୍‌ ଡୁମରା କୋଇଲା ସାଇଡିଂରୁ ଚୋରି କରବା ପାଇଁ ବଡ଼ ଧରଣର ପ୍ରସ୍ତୁତି କରି ଆସିଥିଲେ ଏବଂ ସେମାନଙ୍କ ପାଖରେ ବନ୍ଧୁକ ଥିଲା।

ସିଆଇଏସ୍‌ଏଫ୍‌ର ଚେତାବନୀକୁ ଖାତିର ନକରି କୋଇଲା ଚୋର ଗୁଳିମାଡ଼ ଆରମ୍ଭ କରିଥିଲେ। ଉଭୟ ପଟୁ ପ୍ରବଳ ଗୁଳି ବିନିମୟ ହୋଇଥିବା ବେଳେ ଏଥିରେ ୪ ଜଣ କୋଇଲା ଚୋରଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏହି ଘଟଣା ପରେ କୋଲଲା ସାଇଡିଂ ଅଂଚଳରେ ପୁଲିସ ସମେତ ଅନ୍ୟ ସୁରକ୍ଷା ବାହିନୀର ମୁତୟନ ବଢ଼ାଇ ଦିଆଯାଇଛି

ସମ୍ବନ୍ଧିତ ଖବର