ଦିଲ୍ଲୀ ଓଡ଼ିଆ ଛାତ୍ର ସଂଗଠନ ପକ୍ଷରୁ ହେଲ୍ପ ଡେସ୍କ

ନୂଆଦିଲ୍ଲୀ : ପ୍ରତି ବର୍ଷ ଦିଲ୍ଲୀ ସ୍ଥିତ ଦିଲ୍ଲୀ ବିଶ୍ବବିଦ୍ୟାଳୟ, ଜେଏନୟୁ ଆଦି ଉଚ୍ଚ ଶିକ୍ଷା ପ୍ରତିଷ୍ଠାନ ଗୁଡ଼ିକରେ ଅଧ୍ୟୟନ କରିବା ପାଇଁ ଅନେକ ଛାତ୍ରଛାତ୍ରୀ ଆବେଦନ କରିଥାନ୍ତି। ବିଗତ ଦୁଇ ବର୍ଷ ହେଲା ଉକ୍ତ ଅନୁଷ୍ଠାନ ମାନଙ୍କରେ ନୂତନ ଶିକ୍ଷା ନୀତି ଅନୁଯାୟୀ ସ୍ନାତକ,ସ୍ନାତକୋତ୍ତର ଏବଂ ଅନ୍ୟାନ୍ୟ ସମସ୍ତ ଶିକ୍ଷା ପାଇଁ ସିୟୁଇଟି(ୟୁଜି) ଏବଂ ସିୟୁଇଟି(ପିଜି)ର ବ୍ୟବସ୍ଥା କରାଯାଇଛି।

ଏହି ପରୀକ୍ଷା ଦେଶର ସମସ୍ତ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ନାମ ଲେଖା‌ଇବା ନିମନ୍ତେ ଅନିବାର୍ଯ୍ୟ ହୋଇଥିବାବେଳେ ପ୍ରତିବର୍ଷ ଏଠାରେ ଆବେଦନ କରୁ୍‌ଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କ ସଂଖ୍ୟା ନିରନ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦିଲ୍ଲୀ ଓଡ଼ିଆ ଛାତ୍ର ସଂଗଠନ ପକ୍ଷରୁ ଏକ ହେଲ୍ପ ଡେସ୍କ ଖୋଲାଯାଇଛି। ଏଠାରେ ସଙ୍ଗଠନର ସଦସ୍ୟମାନେ ଆଶାୟୀ ଛାତ୍ରଛାତ୍ରୀମାନଙ୍କ ନାମ ଲେଖା, ହଷ୍ଟେଲ ଓ ରହଣି ଭଳି ବିଭିନ୍ନ ପ୍ରସଙ୍ଗରେ ପରାମର୍ଶ ଓ ସହା‌ୟତା ପ୍ରଦାନ କରିବେ। ଛାତ୍ରଛାତ୍ରୀମାନେ ୮୮୧୦୩୭୨୭୨୪, ୯୫୧୮୦୫୨୫୭୪ ନମ୍ବରରେ ସମ୍ପର୍କ କରିପାରିବେ ବୋଲି ସଙ୍ଗଠନ ପକ୍ଷରୁ ‌ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର