କାନାଡାର ଶ୍ରୀ ଭଗବତ ଗୀତା ପାର୍କରେ ଭଙ୍ଗାରୁଜା

ଓଟାୱା: କାନଡାର ବ୍ରାମ୍ପଟନଠାରେ ଥିବା ଶ୍ରୀ ଭଗବତ ଗୀତା ପାର୍କରେ ଭଙ୍ଗାରୁଜା ହୋଇଛି। ସେଠାରେ ଅବସ୍ଥାପିତ ଭାରତୀୟ ଦୂତାବାସ ଅଧିକାରୀଙ୍କ ପକ୍ଷରୁ ଘଟଣାକୁ ନିନ୍ଦା କରାଯାଇଛି। ୧୦ ଦିନ ତଳେ ସେଠାରେ ଥିବା ଭାରତୀୟମାନଙ୍କୁ ସତର୍କ କରି ଦିଆଯାଇଥିଲା ଯେ, କାନାଡାରେ ଅସାମାଜିକ ଗୋଷ୍ଠୀଙ୍କ ପ୍ରାଦୁର୍ଭାବ ଚାଲିଛି। ତେଣୁ ଜାଗ୍ରତ ରହିବାକୁ ପଡିବ। ଠିକ ତା’ର ୧୦ ଦିନ ପରେ ଏଭଳି ଘଟଣା ଘଟିଛି। ଯାହାକି ହିନ୍ଦୁମାନଙ୍କୁ କୁଠାରାଘାତ କରିଛି।

ତେବେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି ଭାରତ। ବ୍ରାମ୍ପଟନରେ ଥିବା ମେୟର ପାଟ୍ରିକ ବ୍ରାଉନ ଟ୍ବିଟି କରି କହିଛନ୍ତି ଯେ, ହିନ୍ଦୁ ସମ୍ପ୍ରଦାୟକୁ ଗୁରୁତ୍ବ ଦେଇ ଏହି ପାର୍କର ନୂତନ ନାମକରଣ ହୋଇଥିବାବେଳେ କେତେକ ଅସାମାଜିକ ଲୋକ ଏଭଳି କରିଛନ୍ତି। ଏହାକୁ କଦାପି ସହ୍ୟ କରାଯିବ ନାହିଁ। ଯେତେ ଶୀଘ୍ର ହେବ ଅପରାଧୀଙ୍କୁ ଖୋଜି ବାହାର କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର