ଆଇଏମଏ ଦେଲା ଚମକାଇ ଦେବାଭଳି ଖବର, କରୋନା ସଂକ୍ରମଣର ଦ୍ୱିତୀୟ ଲହରରେ ୪୨୦ ଡାକ୍ତରଙ୍କ ମୃତ୍ୟୁ

କେବଳ ଦିଲ୍ଲୀରୁ ୧୦୦

ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣର ଦ୍ୱିତୀୟ ଲହର ସାରା ଦେଶରେ ଜାରି ରହିଛି । ହେଲେ ସଂକ୍ରମଣ ବିରୋଧରେ ଲଢୁଥିବା ଡାକ୍ତରମାନଙ୍କ ଜୀବନ ଏହି ସମୟରେ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଇଣ୍ଡିଆନ ମେଡିକାଲ ଆସୋସିଏସନ(ଆଇଏମଏ) ଦେଇଥିବା ସୂଚନା ଏବେ ଚିନ୍ତା ବଢାଇଛି । କରୋନା ସଂକ୍ରମଣର ଦ୍ୱିତୀୟ ଲହରରେ ଭାରତରେ ୪୨୦ ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀରେ ସର୍ବାଧିକ ୧୦୦ ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି ।

ସେପଟେ କେବଳ ଦିଲ୍ଲୀ ନୁହେଁ ବିହାର ୯୬, ଉତ୍ତରପ୍ରଦେଶରେ ୪୧, ଆନ୍ଧ୍ରପ୍ରଦେଶରେ ୨୬, ଆସାମରେ ୩, ଗୁଜୁରାଟରେ ୩୧,ଗୋଆରେ ୨,ହରିଆଣାରେ ୨, ମହାରାଷ୍ଟ୍ରରେ ୧୫,ମଧ୍ୟପ୍ରଦେଶରେ ୧୩ ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଛି । ଏହାସହ ସବୁଠାରୁ କମ୍ ପଞ୍ଜାବ ଓ ପୁଡୁଚେରୀରେ କେବଳ ଜଣେ ଲେଖାଏଁ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଅନ୍ୟପଟେ କରୋନା ଟେଷ୍ଟିଂରେ ସବୁଠାରୁ ଆଗରେ ରହିଛି ଉତ୍ତରପ୍ରଦେଶ। ଗତ ୨୧ ଦିନ ମଧ୍ୟରେ ୟୁପିରେ ୪ କୋଟି ୬୫ ଲକ୍ଷ ଲୋକଙ୍କର କରୋନା ଟେଷ୍ଟିଂ କରାଯାଇଥିବା ଜଣାପଡିଛି । ଏହା ସହ ୧୮ ରୁ ୪୪ ବର୍ଷ ମଧ୍ୟରେ ୧୦ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି ।

ସମ୍ବନ୍ଧିତ ଖବର