ସମ୍ବିଧାନ ଦିବସ: ଏକାସଂଗରେ ନିର୍ବାଚନ ହେଉ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୬୮ତମ ସମ୍ବିଧାନ ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦ୍‌୍‌ବୋଧନ ଦେଇ ଏକାସଂଗରେ ବିଧାନସଭା ଓ ଲୋକସଭା ନିର୍ବାଚନ କରାଇବାକୁ ଗୁରୁତ୍ୱାରୋପ କରିଛନ୍ତି। ବିଜ୍ଞାନ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୋଦି କହିଛନ୍ତି ଯେ ଏକାସଂଗରେ ର୍ନିବାଚନ କରାଗଲେ ହଜାର ହଜାର କୋଟି ଟଙ୍କାର ଆର୍ଥିକ ବୋଝରୁ ଦେଶକୁ ରକ୍ଷା ମିଳିବ ଏବଂ ପ୍ରତିବର୍ଷ ନିର୍ବାଚନ ପ୍ରକ୍ରିୟା ଆଉ ରହିବ ନାହିଁ। ଏ ବାବଦରେ ଚର୍ଚ୍ଚାକୁ ଆଗକୁ ବଢ଼ାଇ ଏକାସଂଗରେ ନିର୍ବାଚନ କରିବା ନେଇ କ୍ଷେତ୍ର ପ୍ରସ୍ତୁତ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ଵାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ପର୍ଯ୍ୟନ୍ତ ଦେଶର ସମ୍ବିଧାନ ସମସ୍ତ ପ୍ରସଙ୍ଗରେ ମାର୍ଗନିର୍ଦ୍ଦେଶ ଦେଇଆସଛି। ଆମର ସମ୍ବିଧାନ ଯେତେ ଜୀବନ୍ତ, ସେତିକି ସମ୍ବେଦନଶୀଳ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସମ୍ବିଧାନ ପ୍ରଣେତା ଡ. ବିଆର୍‌ ଆମ୍ବେଦକରଙ୍କ ପ୍ରଖର ବୁଦ୍ଧିମତା ଏବଂ ଦେଶର ଭବିଷ୍ୟତକୁ ସୁଦୃଢ଼ ରଖିବା ପାଇଁ ଅତି ସୁଚିନ୍ତିତ ପଦକ୍ଷେପ ଯୋଗୁଁ ସମ୍ବିଧାନ ଦେଶକୁ ଏକଜୁଟ ରଖିବା ପାଇଁ ସାମର୍ଥ୍ୟ ରଖୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର