ଭାରତ ପଡ଼ୋଶୀ ରାଷ୍ଟ୍ରମାନଙ୍କୁ ୨ କୋଟି ଟିକା ଯୋଗାଇ ଦେବ

ନୂଆଦିଲ୍ଲୀ : ବିଶ୍ବର ସବୁଠାରୁ ବଡ଼ ଟିକା ନିର୍ମାତା ଭାରତ ଏବେ ପଡ଼ୋଶୀ ରାଷ୍ଟ୍ରମାନଙ୍କୁ ୨ କୋଟି କୋଭିଡ୍‌ ଟିକା ପ୍ରାଥମିକ ପର୍ଯ୍ୟାୟରେ ଯୋଗାଇ ଦେବ ବୋଲି ଲକ୍ଷ୍ୟ ରଖିଛି। ସିରମ୍‌ ଇନ୍‌ଷ୍ଟିଚୁଟ୍‌ ଅଫ୍‌ ଇଣ୍ଡିଆ (ଏସ୍‌ଆଇଆି) ଏବଂ ଭାରତ ବାୟୋଟେକ୍‌ ଦ୍ବାରା ପ୍ରସ୍ତୁତ କୋଭିଡ୍‌ ଟିକାକୁ ଭାରତ ସରକାରଙ୍କ ଏକ ସଂସ୍ଥା କ୍ରୟ କରି ନେପାଳ, ବାଂଲାଦେଶ, ଶ୍ରୀଲଙ୍କା, ଆଫଗାନିସ୍ତାନ, ସିସିଲ୍‌ସ ଏବଂ ମରିସସ୍‌କୁ ଯୋଗାଇ ଦେବ। ଦୁଇ ସପ୍ତାହ ମଧ୍ୟରେ ଏହି ପ୍ରକ୍ରିୟା ଆରମ୍ଭ ହେବ। ଭାରତ ଟିକା ନିର୍ମାଣ କ୍ଷେତ୍ରରେ ବିଶ୍ବର ଅଗ୍ରଣୀ ରାଷ୍ଟ୍ର ହୋଇଥିବାରୁ ଏହା ‌ପଡ଼ୋଶୀମାନଙ୍କୁ ନିରାଶ କରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଏବେ ଭାରତରେ ପ୍ରସ୍ତୁତ ଟିକା ଖୁବଶୀଘ୍ର ବ୍ରାଜିଲ୍‌କୁ ମଧ୍ୟ ମିଳିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର