ଆମେରିକାରେ ଡାକ୍ତର ଥିବା ଭାରତୀୟ ବଂଶୋଦ୍ଭବ ବାପଝିଅଙ୍କର କୋଭିଡ୍‌-୧୯ରେ ମୃତ୍ୟୁ

ୱାଶିଂଟନ: କରୋନା ଭାଇରସ୍‌ରେ ବିଶ୍ବର ବିଭିନ୍ନ ସ୍ଥାନରୁ ଲୋକଙ୍କ ମୃତ୍ୟୁ ଘଟୁଥିବା ବେଳେ ଏହି ମହାମାରୀ ହେତୁ ଆମେରିକାରେ ରହୁଥିବା ଦୁଇ ଭାରତୀୟ ବଂଶୋଦ୍ଭବ ବାପ-ଝିଅଙ୍କର ବି ମୃତ୍ୟୁ ଘଟିଛି। ନ୍ୟୁଜର୍ସିରେ ଡାକ୍ତର ଥିବା ଏହି ବାପଝିଅ ହେଉଛନ୍ତି ସତ୍ୟେନ୍ଦ୍ର ଦେବ ଖାନ୍ନା(୭୮) ଏବଂ ପ୍ରିୟା ଖାନ୍ନା(୪୩)।

ଗତ ୩୫ ବର୍ଷ ଧରି କାର୍ଯ୍ୟ କରି ଆସୁଥିବା ହସ୍ପିଟାଲ୍‌ କ୍ଲାରା ମାସ୍‌ ମେଡିକାଲ୍‌ ସେଣ୍ଟର୍‌ଠାରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଡକ୍ଟର ସତ୍ୟେନ୍ଦ୍ର। ସେହିପରି ଝିଅ ପ୍ରିୟା ୟୁନିୟନ୍‌ ହସ୍ପିଟାଲ୍‌ରେ ରେସିଡେଣ୍ଟ୍‌ ଡାକ୍ତରମାନଙ୍କର ମୁଖ୍ୟ ଥିଲେ। ସେ ମଧ୍ୟ କ୍ଲାରା ମାସ୍‌ ମେଡିକାଲ୍‌ ସେଣ୍ଟର୍‌ଠାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି।

Woman jumps to death in Kurla - mumbai news - Hindustan Times
Hindustan Times

ଡା. ସତ୍ୟେନ୍ଦ୍ର ଦେବ ଖାନ୍ନା ଏବଂ ପ୍ରିୟା ଖାନ୍ନା ତାଙ୍କ ଜୀବନରେ ବହୁ ଲୋକଙ୍କୁ ସାହାଯ୍ୟ କରିଛନ୍ତି। ଚିକିତ୍ସା କ୍ଷେତ୍ରରେ ଏହି ବାପଝିଅ ଅନେକଙ୍କୁ ସହାଯ୍ୟର ହାତ ବଢ଼ାଇଥିବା ସୂଚନା ରହିଛି।

ବାପଝିଅଙ୍କ ମୃତ୍ୟୁକୁ ନେଇ ନ୍ୟୁଜର୍ସିର ଗଭର୍ଣ୍ଣର ମର୍ଫି ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ଶୋକ ପ୍ରକାଶ କରିବା ସହ କହିଛନ୍ତି କି, ‘ସେମାନଙ୍କ ମୃତ୍ୟୁ ଅତ୍ୟନ୍ତ କଷ୍ଟଦାୟକ। ଡକ୍ଟର ସତ୍ୟେନ୍ଦ୍ର ନ୍ୟୁଜର୍ସିର ପ୍ରଥମ ଲାପ୍‌ରସ୍କୋପି ସର୍ଜନ ଥିଲେ। ଡକ୍ଟର ପ୍ରିୟା ନ୍ୟୁଜର୍ସିରେ ମେଡିକାଲ୍‌ ଟ୍ରେନିଂ ନେଇ ତାଙ୍କର ଫେଲୋସିପ୍‌ ସାଉଥ୍‌ ଜର୍ସିରେ କରିଥିଲେ।’

ସମ୍ବନ୍ଧିତ ଖବର