ବିଚାରପତିଙ୍କ ପତ୍ନୀ ଓ ପୁଅକୁ ହତ୍ୟା ମାମଲା: ପିଏସ୍‌ଓଙ୍କୁ ମୃତ୍ୟୁ ଦଣ୍ଡାଦେଶ

ଗୁରୁଗ୍ରାମ୍‌: ୨୦୧୮ ମସିହାରେ ଜଣେ ଅତିରିକ୍ତ ଜିଲ୍ଲା ବିଚାରପତିଙ୍କ ପତ୍ନୀ ଏବଂ ପୁଅଙ୍କୁ ହତ୍ୟା କରିଥିବା ମାମଲାରେ ବିଚାରପତିଙ୍କ ପିଏସ୍‌ଓ (ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ)ଙ୍କୁ ଆଜି ମୃତ୍ୟୁ ଦଣ୍ଡାଦେଶ ହୋଇଛି। ବିଚାରପତି କୃଷ୍ଣକାନ୍ତଙ୍କ ପିଏସ୍‌ଓ ମହିପାଲ୍‌ଙ୍କୁ ଆଜି ଗୁରୁଗ୍ରାମ୍‌ କୋର୍ଟ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଛନ୍ତି। ୨୦୧୮ ଅକ୍ଟୋବର ୧୩ ତାରିଖର ଏହି ଘଟଣା। ଗୁରୁଗ୍ରାମ୍‌ର ସାଉଥ୍‌ ସିଟି ୨, ଆର୍କାଡିଆ ମାର୍କେଟ୍‌ରେ ମହିପାଲ୍‌ ବିଚାରପତିଙ୍କ ପତ୍ନୀ (୪୨) ଏବଂ ପୁଅ ଧ୍ରୁବ (୧୭)ଙ୍କୁ ଗୁଳି କରି ହତ୍ୟା କରିଥିଲେ। ଉକ୍ତ ମାମଲାରେ ଆଇପିସିର ଧାରା ୩୦୨ ଏବଂ ୨୦୧ ଓ ଅସ୍ତ୍ର ଆଇନ ଅଧୀନସ୍ଥ ଧାରା ୨୭ ଅଧୀନରେ ମହପିାଲ୍‌ ‌ଦୋଷୀସାବ୍ୟସ୍ତ ହୋଇଥିଲେ। ଏସ୍‌ଆଇଟି ଉକ୍ତ ମାମଲାରେ ଚାର୍ଜସିଟ୍‌ ଡିସେମ୍ବର ୨୬, ୨୦୧୮ରେ କୋର୍ଟରେ ଦାଖଲ କରିଥିଲେ। ୨୦୧୯ ଜାନୁଆରି ୯ରେ ଚାର୍ଜଫ୍ରେମ୍‌ ହୋଇଥିଲା ଏବଂ ଫେବ୍ରୁଆରି ୧ରେ ମାମଲାର ବିଚାରଣା ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର