କ୍ଷୋଭ ପ୍ରକାଶ କଲେ ଜଷ୍ଟିସ ରମଣା: ବିଚାରପତିଙ୍କୁ ସରକାର ବଦନାମ କରିବାର ନୂଆ ଧାରା ଆରମ୍ଭ ହୋଇଛି

ନୂଆଦିଲ୍ଲୀ: ଦେଶରେ ସରକାର ବିଚାରପତିମାନଙ୍କୁ ବଦନାମ କରିବାର ଏକ ନୂଆ ଧାରା ଆରମ୍ଭ ହୋଇଛି। ଏହା ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ୍‌ଭି ରମଣା ଆଜି କ୍ଷୋଭର ସହ କହିଛନ୍ତି। ପ୍ରଧାନ ବିଚାରପତିଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏକ ମାମଲାର ଶୁଣାଣି ବେ‌ଳେ ଜଷ୍ଟିସ ରମଣା ଏହି ଟିପ୍ପଣୀ ଦେଇଛନ୍ତି। ପୂର୍ବରୁ ଘରୋଇ ସଂସ୍ଥାଗୁଡ଼ିକ ଏଭଳି କୌଶଳ ଆପଣାଉଥିଲେ। କିନ୍ତୁ ବର୍ତ୍ତମାନ ଅଦାଲତରେ ନୂଆ ଧାରା ଦେଖା‌ଦେଇଛି। ଆମେ ପ୍ରତିଦିନ ଅଦାଲତରେ ଏହା ଦେଖୁଛୁ ବୋଲି ସେ କହିଛନ୍ତି। ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ପ୍ରମୁଖ ସଚିବ ଅମନ ସିଂହ ଏବଂ ତାଙ୍କ ପତ୍ନୀ ଯଶ୍ମୀନ ସିଂହଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ ଅଧୀନରେ ହୋଇଥିବା ଏଫଆଇଆରକୁ ଛତିଶଗଡ଼ ହାଇକୋର୍ଟ ରଦ୍ଦ କରିଦେଇଥିଲେ। ତାହାକୁ ଚାଲେଞ୍ଜ କରି ସୁପ୍ରିମ କୋର୍ଟରେ ହୋଇଥିବା ମାମଲାର ବିଚାରବେଳେ ପ୍ରଧାନ ବିଚାରପତି ଏହା କହିଛନ୍ତି। ଉକ୍ତ ଖଣ୍ଡପୀଠର ଅନ୍ୟ ଦୁଇ ସଦସ୍ୟ ହେଉଛନ୍ତି ବିଚାରପତି କ୍ରିଷ୍ଣା ମୁରାରୀ ଏବଂ ବିଚାରପତି ହିମା କୋହଲି।

ସମ୍ବନ୍ଧିତ ଖବର