କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ‌ୟେଦୁରପ୍ପାଙ୍କୁ ଅଦାଲତ ଝଟ୍‌କା

ବେଙ୍ଗାଲୁର : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ୍‌ ୟେଦୁରପ୍ପାଙ୍କୁ ପୁଣି ଅଦଲତରୁ ଝଟ୍‌କା ଲାଗିଛି। ଏକ ପୁରୁଣା ଦୁର୍ନୀତି ମାମଲାରେ ସ୍ବତନ୍ତ୍ର ଅଦାଲତ ୟେଦୁରପ୍ପାଙ୍କ ବିରୋଧରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବେଙ୍ଗାଲୁରରେ ଅବୈଧ ଭାବେ ଜମି ଅଧିଗ୍ରହଣ ହୋଇଥିବା ୧୫ ବର୍ଷର ପୁରୁଣା ମାମଲାରେ ୟେଦୁରପ୍ପାଙ୍କ ବିରୋଧରେ ତଦନ୍ତ ବନ୍ଦ କରିବା ପାଇଁ ଅନୁମତି ମାଗିଥିବା ଲୋକାୟୁକ୍ତ ଦ୍ବାରା ଦାୟର ହୋଇଥିବା ଏକ କ୍ଲୋଜର ରିପୋର୍ଟକୁ ଅଦାଲତ ଖାରଜ କରିଛନ୍ତି। ଅଦାଲତ କହିଛନ୍ତି, ତଦନ୍ତ ଅଧିକାରୀଙ୍କ ଦ୍ବାରା ଦାଖଲ ହୋଇଥିବା ‘ବି ରିପୋର୍ଟ’ ଖାରଜ କରାଗଲା ଏବଂ ଏହି ମାମଲାର ଦ୍ରୁତ ତଦନ୍ତ କରାଯାଇ ଆସନ୍ତା ଅଗଷ୍ଟ ମାସ ୨୧ ତାରିଖ ସୁଦ୍ଧା ଅନ୍ତିମ ରିପୋର୍ଟ ଦାଖଲ କରିବାକୁ ହେବ।

ସୂଚନାଯୋଗ୍ୟ, ୟେଦୁରପ୍ପା ଉପମୁଖ୍ୟମନ୍ତ୍ରୀ ଥିବାବେଳେ ୨୦୦୬-୦୭ରେ ପ୍ରାୟ ୪୩୪ ଏକର ଜମିକୁ ଅବୈଧ ଉପାୟରେ ଅଧିଗ୍ରହଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଦୁର୍ନୀତିର ତଦନ୍ତ କରିବାକୁ ଗତ ଡିସେମ୍ବର ମାସରେ କର୍ଣ୍ଣାଟକ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଜାନୁଆରି ୧୮ ତାରିଖରେ ସ୍ବତନ୍ତ୍ର ଅଦାଲତ ସୂଚିତ କରାଇଥିଲେ ଯେ, ଦୁର୍ନୀତି ନିବାରଣ ଅଧିନିୟମ ୧୯୮୮ ପରିପ୍ରେକ୍ଷୀରେ ୟେଦୁରପ୍ପାଙ୍କ ଦ୍ବାରା କୌଣସି ଅପରାଧ କରାଯାଇ ନାହିଁ।

ସମ୍ବନ୍ଧିତ ଖବର