ନୂଆ ଲୁକ୍ ଏବଂ ନୂଆ ନିୟମ ସହ ଆଜିଠୁ ଆରମ୍ଭ ହେବ କେବିସି ସିଜିନ-୧୩

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେବ କୌନ ବନେଗା କରୋଡପତି ସିଜିନ-୧୩। ପୂର୍ବ ପରି ଏହାର ଉପସ୍ଥାପନା କରିବେ ବଲିଉଡର ବିଗ ବି ଅମିତାଭ ବଚ୍ଚନ। ପ୍ରତି ସୋମବାରରୁ ଶୁକ୍ରବାର ରାତି ୯ଟାରେ ସୋନି ଟିଭିରେ ଲୋକେ ଏହାକୁ ଦେଖି ପାରିବେ। ଏହା ସହ ସୋନି ଲିଭ ଆପ ଏବଂ ଜିଓ ଟିଭିରେ ମଧ୍ୟ ଏହା ଉପଲବ୍ଧ ହେବ। ତେବେ କରୋନା ସଂକ୍ରମଣ ପାଇଁ ଗତବର୍ଷ ଦର୍ଶକଙ୍କ ବିନା ସୋ’ର ସୁଟିଂ କରାଯାଇଥିବା ବେଳେ ସୋ’ରୁ ‘ଅଡିଏନ୍ସ ପୋଲ’ ବିକଳ୍ପ ହଟାଯାଇଥିଲା। କିନ୍ତୁ ଚଳିତ ବର୍ଷ ଦର୍ଶକଙ୍କୁ ନେଇ ସୁଟିଂ ହେବ କୌନ ବନେଗା କରୋଡପତି ସିଜିନ-୧୩। ଏହା ଦ୍ବାରା ପୁଣି ଥରେ ପ୍ରତିଯୋଗୀମା‌ନେ ‘ଅଡିଏନ୍ସ ପୋଲ’ ବିକଳ୍ପର ସାହାଯ୍ୟ ନେଇ ଉତ୍ତର ଦେଇପାରିବେ।

ଚଳିତ ସିଜିନରେ ‘ଫାଷ୍ଟେଷ୍ଟ ଫିଙ୍ଗର ଫାଷ୍ଟ’କୁ ‘ଫାଷ୍ଟେଷ୍ଟ ଫିଙ୍ଗର ଫାଷ୍ଟ ଟ୍ରିପଲ ଟେଷ୍ଟ’କୁ ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ, ପ୍ରତିଯୋଗୀମାନଙ୍କୁ ଗୋଟିଏ ପରିବର୍ତ୍ତେ ତିନୋଟି ପ୍ରଶ୍ନର ସଠିକ୍ ଉତ୍ତର ଦେବାକୁ ପଡ଼ିବ | ପ୍ରତିଯୋଗୀ ଯିଏ ଖୁବ୍ କମ୍ ସମୟ ମଧ୍ୟରେ ତିନୋଟି ସଠିକ୍ ଉତ୍ତର ଦେବେ, ସେ ‘ହଟ ସିଟ୍’ରେ ବସିବାର ସୁଯୋଗ ପାଇବେ | ଚଳିତ ସିଜିନରେ କୌନ ବାନେଗା କରୋଡପତିର ସେଟରେ ଏଲଇଡି ଏବଂ ଅଗମେଣ୍ଟେଡ୍ ରିଅଲିଟିର ବ୍ୟବହାର କରାଯାଇଛି । ଏହା ସହ ଟାଇମରର ନାଁ ଦିଆଯାଇଛି ‘ଧୁକ୍-ଧୁକ୍ ଜୀ’ |

Asian Paints sanitizes Kaun Banega Crorepati set with its latest sanitization service : Bollywood News - Bollywood Hungama
Bollywood Hungama

କିଛି ଦିନ ତଳେ ବିଗ୍ ବି ସୋ‘ର ୨୧ବର୍ଷ ପୂର୍ତ୍ତି ଅବସରରେ ଏକ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ତାଙ୍କ ସହ ୨୧ବର୍ଷର ଯାତ୍ରାକୁ ମନେ ପକାଇଥିଲେ ସୋ’ର ନିର୍ମାତା ସିଦ୍ଧାର୍ଥ ବାସୁ।

ସମ୍ବନ୍ଧିତ ଖବର