ମୁଁ କାହାକୁ ଡରେ ନାହିଁ, ମୋତେ ବି କେହି ଡର ନାହିଁ: ଶଶି ଥରୁର

ନୂଆଦିଲ୍ଲୀ: ମୁଁ କାହାକୁ ଡରେ ନାହିଁ, ମୋତେ ବି କେହି ଡର ନାହିଁ। କଂଗ୍ରେସ ସାଂସଦ ଶଶି ଥରୁର ମଙ୍ଗଳବାର ଏଭଳି ଏକ ବଡ଼ ବିବୃତି ଦେଇଛନ୍ତି। ତାଙ୍କର ଏଭଳି ବିବୃତି ପାଇଁ ଏବେ ସେ ପୁଣି ଥରେ ଲାଇମ୍ ଲାଇଟକୁ ଆସିଛନ୍ତି। ଥରୁର ତାଙ୍କ ନିଜ ରାଜ୍ୟ କେରଳର ମାଲାବାରକୁ ଯାତ୍ରା କରି ୟୁଡିଏଫ ସହଯୋଗୀ ଆଇୟୁଏମଏଲର ବରିଷ୍ଠ ନେତାମାନଙ୍କୁ ଭେଟି କହିଥିଲେ ଯେ, ସେ କାହାକୁ ଭୟ କରନ୍ତି ନାହିଁ। ଏଥିସହ, କେହି ମଧ୍ୟ ତାଙ୍କୁ ଦେଖି ଭୟ କରିବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି।

କେରଳରେ କଂଗ୍ରେସ ନେତୃତ୍ୱର ଏକ ବିଭାଗ ରାଜ୍ୟରେ ଦଳ ମଧ୍ୟରେ ଏକ ‘ଥରୁର ଦଳ’ ଗଠନକୁ ସମର୍ଥନ କରୁଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏଭଳି କରିବାକୁ ମୁଁ ଆଗ୍ରହୀ ନୁହେଁ ବୋଲି କହିଛନ୍ତି ଥରୁର।

ଉଲ୍ଲେଖଯୋଗ୍ୟ, ୨୦୧୬ମସିହାରେ କଂଗ୍ରେସ ହାତରୁ କ୍ଷମତା ଚାଲିଯାଇଥିଲା। ଏଭଳି ପରିସ୍ଥିତିରେ ଦଳ ଭିତରେ ଏକ ନୂଆ ଦଳ ଗଠନ ହେବାର ଆଲୋଚନା ଆରମ୍ଭ ହୋଇଥିଲା। ହେଲେ ଏବେ ଏସବୁ ଚର୍ଚ୍ଚାରେ ‌କୌଣସି ସତ୍ୟତା ନଥିବା କହିଛନ୍ତି ଶଶି ଥରୁର।

ଏହା ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ହୋଇଥିବା ନିର୍ବାଚନରେ ପ୍ରାର୍ଥୀ ହୋଇଥିଲେ ଶଶି ଥରୁର। ହେଲେ ଏହି ନିର୍ବାଚନରେ ବିଜୟୀ ହୋଇଥିଲେ ମଲ୍ଲିକାର୍ଜୁନ ଖଡଗେ। ନିର୍ବାଚନରେ ଥରୁର ଜିତିବେ ବୋଲି ଆଶା ରଖିଥିବା ବେଳେ ଫଳାଫଳ ଓଲଟା ହୋଇଥିଲା। ତାଙ୍କୁ ଶେଷରେ ଖଡଗେଙ୍କଠାରୁ ହାରିବାକୁ ପଡ଼ିଥିଲା।

ସମ୍ବନ୍ଧିତ ଖବର