ମଲ୍ଲିକାର୍ଜୁନ ଖଡ଼ଗେ ମହାରାଷ୍ଟ୍ର କଂଗ୍ରେସ ପ୍ରଭାରୀ

ମୁମ୍ବାଇ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ମହାରାଷ୍ଟ୍ର କଂଗ୍ରେସ ପ୍ରଭାରୀ ଭାବେ ନିଯୁକ୍ତ କରିଛନ୍ତି। ଖଡ଼ଗେ ଲୋକସଭାରେ କଂଗ୍ରେସ ସଂସଦୀୟ ଦଳ ନେତା ପଦରେ ଅଛନ୍ତି। ପୂର୍ବରୁ ମୋହନ ପ୍ରକାଶ ମହାରାଷ୍ଟ୍ର କଂଗ୍ରେସ ପ୍ରଭାରୀ ଥିଲେ। ତେବେ ମୋହନ ପ୍ରକାଶ ତାଙ୍କ ଦାୟିତ୍ୱରୁ ଅବସର ନେବାପରେ ଖଡ଼ଗେ ଆଜି ନୂତନ କଂଗ୍ରେସ ପ୍ରଭାରୀ ଭାବେ ନିଯୁକ୍ତ ହୋଇଛନ୍ତି। ଗୁଜରାଟର ସୋନାଲ ପଟେଲ୍‌, ହରିୟାଣାର ଆଶିଶ ଦୁଆ ଏବଂ ତେଲେଙ୍ଗାନାର ସମ୍ପତ କୁମାରଙ୍କୁ ମହାରାଷ୍ଟ୍ରର ଏଆଇସିସି ସଚିବ ଭାବେ ମଧ୍ୟ ନିଯୁକ୍ତି ମିଳିଛି।

ସମ୍ବନ୍ଧିତ ଖବର