ଭାରତର ବିରାଟ ବିଜୟ ପରେ କୋହଲିଙ୍କୁ ପତ୍ନୀ ଅନୁଷ୍କାଙ୍କ ଇନଷ୍ଟାଗ୍ରାମ ପୋଷ୍ଟ । ଆସନ୍ତୁ ଜାଣିବା…

ନୂଆଦିଲ୍ଲୀ: ମେଲବୋର୍ଣ୍ଣରେ ଚାଲିଥିବା ଟି-୨୦ ବିଶ୍ବକପରେ ଭାରତ ପ୍ରଥମ ମ୍ୟାଚ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ସହ ଆରମ୍ଭ କରିଛି। ଏହି ମ୍ୟାଚରେ ଭାରତ ବିଜୟ ହୋଇଛି। ପାକିସ୍ତାନକୁ ହରାଇବା ପରେ ବିରାଟ ବିଜୟର ହିରୋ ସାଜିଛନ୍ତି। ସାରା ଭାରତରୁ ପ୍ରଶଂସାର ସୁଅ ଛୁଟିଛି କୋହଲିଙ୍କ ପ୍ରତି। ଏଭଳି ସ୍ଥିତିରେ ପାରମ୍ପରିକ ମ୍ୟାଚରେ ବିରାଟ ଏଭଳି କରିସ୍ମା ଦେଖି ତାଙ୍କ ପ୍ରତି ପତ୍ନୀ ଅନୁଷ୍କା ଶର୍ମା ଏକ ଭାବବିହ୍ବଳ ଇନଷ୍ଟାଗ୍ରାମ ପୋଷ୍ଟ କରିଛନ୍ତି।

ସେ ଲେଖିଛନ୍ତି ଯେ, ତୁମେ ବହୁତ ସୁନ୍ଦର, ଭାରତର ପ୍ରତି ବ୍ୟକ୍ତିଙ୍କ ପାଇଁ ଆପଣ ଆନନ୍ଦ ଆଣିଛନ୍ତି। ଦୀପାବଳି ପୂର୍ବରୁ ସମସ୍ତଙ୍କ ମନରେ ଏଭଳି ଆନନ୍ଦ ଆଣିଥିବାରୁ ମୁଁ ବହୁତ ଖୁସୀ। ତୁମେ ଜଣେ ଅଦ୍ଭୁତ ବ୍ୟକ୍ତି। ମୁଁ ଜୀବନରେ ବହୁତ ସର୍ବୋତ୍ତମ ମ୍ୟାଚ ଦେଖିଛି। କିନ୍ତୁ ଏହି ମ୍ୟାଚ ବେଶ ଚମକପ୍ରଦ ଥିଲା। ଆମ ଝିଅ ବହୁତ ଛୋଟ ହୋଇଥିଲେ ବି ତାଙ୍କ ମା’ ଏକ କୋଠାରୀରେ ବିଜୟ ଦେଖି ଚିତ୍କାର କରୁଥିଲେ। ପୂର୍ବରୁ ଆମ ପାଇଁ ସମୟ ବହୁତ କଠିନ ଥିଲା। ତୁମେ ଏଭଳି ଅଦ୍ଭୁତ ଖେଳ ଖେଳି ସେହି କଠିନ ସମୟକୁ ଦୂରୀଭୂତ କରି ପୂର୍ବାବସ୍ଥାକୁ ଫେରି ଆସିଛ। ତୁମର ବୁଦ୍ଧି ଓ ଶକ୍ତି ବହୁତ ପ୍ରଖର। ତୁମ ପାଇଁ ମୋର ଏବଂ ଭରତର ଅତୁଟ ପ୍ରେମ ବର୍ଷୁଥାଉ। ତେବେ ଅନୁଷ୍କାଙ୍କ ଏହି ଇନଷ୍ଟାଗ୍ରାମକୁ ବହୁତ ଲୋକ ଦେଖି ସେୟାର ବି କରିଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର