ଲୋକସଭା ନିର୍ବାଚନ ଲଢ଼ିବେ ବିଗ୍‌ ବସ୍‌-୧୦ର ସବୁଠାରୁ ବିବାଦୀୟ ପ୍ରତିଯୋଗୀ ସ୍ୱାମୀ ଓମ୍‌, ଏହି ଆସନରୁ ଲଢ଼ିବେ ବୋଲି ଘୋଷଣା କଲେ

ନୂଆଦିଲ୍ଲୀ : ବିଗ୍‌ ବସ୍‌ ସିଜିନ୍‌ ୧୦ର ସବୁଠାରୁ ବିବାଦୀୟ ପ୍ରତିଯୋଗୀ ଭାବେ ଚର୍ଚ୍ଚିତ ହୋଇଥିଲେ ସ୍ୱାମୀ ଓମ୍‌ । ବିଗ୍‌ ବସ୍‌ ଘର ଭିତରେ ମହିଳାମାନଙ୍କ ପ୍ରତି  ଅଭଦ୍ର ବ୍ୟବହାର କରିବା ଏବଂ ପରିଶ୍ରା ଫିଙ୍ଗବା ଭଳି ଘଟଣା ତାଙ୍କୁ ବିବାଦକୁ ଆଣିବା ସହ ସାରା ଦେଶରେ ତାଙ୍କୁ ଚର୍ଚ୍ଚିତ କରିଥିଲା। ତାଙ୍କର ଶତ୍ରୁ ସଂଖ୍ୟା ବଢ଼ି ଯାଇଥିଲା । ଏବେ ସବୁ ବିବାଦରେ ଛନ୍ଦି ହେବା ପରେ ସେ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବେ ବୋଲି ଜଣା ପଡ଼ିଛି । ଏ ନେଇ ସେ ନିଜେ ରବିବାର ଘୋଷଣା କରିବା ସହ ନୂଆଦିଲ୍ଲୀ ଆସନରୁ ସେ ନିର୍ବାଚନ ଲଢ଼ିବେ ବୋଲି ସ୍ପଷ୍ଟ କରିଛନ୍ତି । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ହିନ୍ଦୁ ବିରୋଧି ବ୍ୟବହାରର ବିରୋଧ କରିବାକୁ ଯାଇ ସେ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି ।

Yuvaspeak.com

ସୂଚନା ମୁତାବକ, କିଛି ଦିନ ତଳେ ଅରବିନ୍ଦ କେଜ୍ରିଓ୍ଵାଲ ଏକ ଫଟୋ ଟୁଇଟ୍‌ କରିଥିଲେ । ଯେଉଁଥିରେ, ନିଜ ଦଳର ଚିହ୍ନ ଝାଡ଼ୁ ହିନ୍ଦୁ ଧର୍ମର ପ୍ରତୀକ ସ୍ୱସ୍ତିକ ପଛରେ ଗୋଡ଼ାଉଥିବାର ଦେଖା ଯାଇଥିଲା । ଯାହା ପରେ ହିନ୍ଦୁ ଧର୍ମର ଅପମାନ କରାଯାଇଛି ବୋଲି କହି ସ୍ୱାମୀ ଓମ୍‌ ନୂଆଦିଲ୍ଲୀ ଆସନରୁ ଲଢ଼ିବା ନେଇ ନିଷ୍ପତ୍ତି ନେଇଥିବା କହିଛନ୍ତି । ଶନିବାର ହିନ୍ଦୁ ସଂଗଠନଗୁଡ଼ିକ ଏକ ବୈଠକ ଡ଼କାଇ ସ୍ୱାମୀ ଓମ୍‌ଙ୍କୁ ପ୍ରାର୍ଥୀ କରିବା ନେଇ ନିଷ୍ପତ୍ତି ନେବା ପରେ ରବିବାର ଏହି ଘୋଷଣା କରିଛନ୍ତି ସ୍ୱାମୀ ଓମ୍‌ ।

ସମ୍ବନ୍ଧିତ ଖବର