ଆଧାରକାର୍ଡ଼ ଧରି ପୁଲିସ ପାଖରେ ପହଞ୍ଚିଲେ ପ୍ରେମୀ ଯୁଗଳ, ତୁରନ୍ତ ବାହାଘର କରିବାକୁ କଲେ ନିବେଦନ

ଲଖନଉ: ଆଧାରକାର୍ଡ଼ ଧରି ପୁଲିସ ପାଖରେ ପହଞ୍ଚିଲେ ପ୍ରେମୀ ଯୁଗଳ | ତୁରନ୍ତ ବାହାଘର କରାଇବାକୁ ନିବେଦନ ବି କଲେ | ମଧ୍ୟପ୍ରଦେଶର ମୋରେନାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି | ଆଜି ଶିବପୁରୀର ଏସପି କାର୍ଯ୍ୟାଳୟରେ ପ୍ରେମୀଯୁଗଳଙ୍କ ହାଇଡ୍ରାମା ଦେଖିବାକୁ ମିଳିଥିଲା |ଏହା ପରେ ପୁଲିସ ଯେତେବେଳେ ପ୍ରେମୀଯୁଗଳଙ୍କ ପରିବାରକୁ ଥାନାକୁ ଡାକିଥିଲା, ଯୁବତୀଙ୍କ ବାପା କହିଥିଲେ ଯେ ତାଙ୍କ ଝିଅ ନାବାଳିକା ଥିବାରୁ ବିବାହ କରିପାରିବ ନାହିଁ | ତେବେ ହାଇ ଭୋଲଟେଜ୍ ଡ୍ରାମା କିଛି ସମୟ ଚାଲିବା ପରେ ଏବଂ ଶେଷରେ ଉଭୟ ପରିବାର ଆଫିଡେଭିଟରେ ସମ୍ମତି ପ୍ରଦାନ କରିଥିଲେ | ପ୍ରେମୀଯୁଗଳଙ୍କୁ କଥାବାର୍ତ୍ତା ହେବା ପାଇଁ ଏକ ନୂତନ ମୋବାଇଲ୍ ଦେବାକୁ କହିବା ପରେ ଏହି ସମସ୍ୟାର ସମାଧାନ ହୋଇଥିଲା।

ମିଳିଥିବା ସୂଚନା ମୁତାବକ ମଧ୍ୟପ୍ରଦେଶ ମୋରେନା ଜିଲ୍ଲାର ସୁମାୱାଲି ଗାଁର ରହୀସଙ୍କ ଝିଅ ଓ ଶିବପୁରୀର ଲାଲମାଟି ବାସିନ୍ଦା ମନସୁରଙ୍କ ପୁଅ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ତେବେ ଏହି ସମ୍ପର୍କକୁ ଉଭୟଙ୍କ ପରିବାର ସ୍ୱୀକୃତି ଦେଉନଥିବାରୁ ଉଭୟ ପ୍ରେମୀଯୁଗଳ ଘରୁ ପଳାଇ ଶୁକ୍ରବାର ରାତିରେ ଶିବପୁରୀରେ ପହଞ୍ଚିଥିଲେ। ଶନିବାର ସନ୍ଧ୍ୟାରେ ଉଭୟେ ଶିବପୁରୀର ଏସପି କାର୍ଯ୍ୟାଳୟରେ ପହଂଚି ସୁରକ୍ଷା ପାଇଁ ନିବେଦନ କରିଥିଲେ |

ଉଭୟ ଏସପିଙ୍କୁ ଆଧାରକାର୍ଡ଼ ଦେଖାଇ ବିବାହ ପାଇଁ ଉଭୟଙ୍କ ବୟସ ହୋଇଥିବାର କହିଥିଲେ | ସେମାନଙ୍କ ପରିବାର ବାହାଘର କରିବାକୁ ରାଜି ହେଉନଥିବାରୁ ପୁଲିସ ତାଙ୍କର ବାହାଘର କରାଇବାକୁ ଅନୁରୋଧ କରିଥିଲେ |ଉଭୟଙ୍କ କଥା ଶୁଣିବା ପରେ ପୁଲିସ ସେମାନଙ୍କ ପରିବାରକୁ ଡାକି ବିବାହ ନକରିବାର କାରଣ ପଚାରିଥିଲା। ଝିଅର ବାପା ପୁଲିସକୁ କହିଥିଲେ ଯେ ତାଙ୍କ ଝିଅଙ୍କର ବିବାହ ପାଇଁ ବୟସ ହୋଇନାହିଁ | ତିନି ମାସ ପରେ ହିଁ ବିବାହ କରିପାରିବେ | ଏହାପରେ ଯୁବକ ଏବଂ ଯୁବତୀ ସେମାନଙ୍କ ଆଧାର କାର୍ଡର ପ୍ରମାଣ ଦେଖାଇଥିଲେ | ଶେଷରେ ଉଭୟ ପରିବାର ବିବାହ ପାଇଁ ରାଜି ହୋଇଥିଲେ |

ସମ୍ବନ୍ଧିତ ଖବର