କୋର୍ଟ ପରିସରରେ ବିଚାରପତିଙ୍କୁ ପିଟିଲେ ପୁଲିସ କର୍ମୀ, ଜାଣନ୍ତୁ କାହିଁକି ?

ନୂଆଦିଲ୍ଲୀ: ଆମେ ଦ୍ୱିତୀୟ ଭଗବାନ ଭାବେ ଡାକ୍ତର ଓ ବିଚାରପତିଙ୍କୁ ମାନିଥାଉ । ହେଲେ ଜଣେ ପୁଲିସକର୍ମୀ କୋର୍ଟ ପରିସରରେ ବିଚାରପତିଙ୍କୁ ମାଡ ମାରିବା ଓ ଜୀବନରୁ ମାରିଦେବାକୁ ଧମକ ଦେବା ଭଳି ଖବର ଏବେ ସାମ୍ନାକୁ ଆସିଛି । କିଛିଦିନ ତଳେ ଝାଡଖଣ୍ଡର ଜଣେ ବିଚାରପତିଙ୍କୁ ଅଟୋ ମଡାଇ ମାରିଦେବା ଭଳି ଖବର ସାମ୍ନାକୁ ଆସିଥିବା ବେଳେ ଏିବେ ଏହି ଖବର ଚର୍ଚ୍ଚାର ବିଷୟ ପାଲଟିଛି । ଏଥିରୁ ଅନୁମାନ କରାଯାଉଛି ଯେ ଭାରତରେ ଏବେ ବିଚାରପତିଙ୍କ ଜୀବନ ବି ସୁରକ୍ଷିତ ନୁହେଁ ।

ମଧୁବନୀ ଜିଲ୍ଲାର ଝାଞ୍ଜରପୁର ନ୍ୟାୟାଳୟର ବୈଧିକ ସେବା ସମିତି ଅଧ୍ୟକ୍ଷ (ଏଡିଜି) ଅବିନାଶ କୁମାରଙ୍କ ଉପରେ ଯେଉଁଭଳି ଭାବେ ଜିଲ୍ଲାର ଘୋଘରଡିହା ଥାନାଧ୍ୟକ୍ଷ ଗୋପାଳ କୃଷ୍ଣ ଓ ସେହି ଥାନାର ଏସଆଇ ଅଭିମନ୍ୟୁ ଶର୍ମା ଆକ୍ରମଣ କରିବା ସହ ଧମକ ଦେଇଛନ୍ତି ତାହା ଭାରତ ଇତିହାସର ପ୍ରଥମ ଘଟଣା ।

ଏଡିଜି ଅବିନାଶ କୁମାର ନିଜର ନିଷ୍ପତ୍ତିକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଏକ ମାମଲାର ଶୁଣାଣି କରି ବିଚାରପତି ଅବିନାଶ ଶର୍ମା ଜଣେ ଅଭିଯୁକ୍ତ ମହିଳାଙ୍କୁ ଦଣ୍ଡ ଦେବା ପରିବର୍ତ୍ତେ ପୁରା ଗାଁ ଲୋକଙ୍କର ଲୁଗା ସଫା କରିବା ସର୍ତ୍ତରେ ଜାମିନ ଦେଇଥିଲେ । ସେହିଭଳି ଅନ୍ୟ ଏକ ମାମଲାର ଶୁଣାଣି କରି ଜଣେ ଶିକ୍ଷକଙ୍କୁ ପ୍ରଥମରୁ ୫ମ ଶ୍ରେଣୀ ପିଲାଙ୍କୁ ମାଗଣାରେ ପଢାଇବା ସର୍ତ୍ତରେ ଜାମିନ ଦେଇଥିଲେ । ଏହାସହ କେନ୍ଦ୍ର ସରକାରଙ୍କୁ ଏକ ଚିଠି ଲେଖି ମଧୁବନୀ ଏସପି ଡ. ସତ୍ୟ ପ୍ରକାଶକୁ ଆଇନ ଶିଖାଇବାକୁ ପରାମର୍ଶ ଦେଇଥିଲେ ବିଚାରପତି ଅବିନାଶ ଶର୍ମା। ଏହି ଘଟଣାକୁ ନେଇ ଦୁଇଜଣ ପୁଲିସ କର୍ମୀ ରାଗରେ ଥିବା ସହ ଏହାର ପ୍ରତିଶୋଧ ନେବାକୁ ଯାଇ ସେମାନେ ବିଚାରପତି ଅବିନାଶଙ୍କୁ ଆକ୍ରମଣ କରିବା ସହ ଜୀବନରୁ ମାରିଦେବାକୁ ମୁଣ୍ଡରେ ବନ୍ଧୁକ ଲଗାଇ ଦେଇଥିବା ଜଣାପଡ଼ିଛି ।

www.aajtak.in
କିଛିଦିନ ତଳେ ଉଷା ଦେବୀ ନାମକ ଜଣେ ମହିଳା କୋର୍ଟରେ ଆବେଦନ କରିଥିଲେ ଯେ, ଜଣେ ଥାନା ଅଧିକାରୀ ତାଙ୍କ ବିରୋଧରେ ମିଥ୍ୟା ମକଦ୍ଦମା ରୁଜୁ କରିଛନ୍ତି । ଏହାକୁ ନେଇ କୋର୍ଟ ବୁଧବାର ଦିନ ଘୋଜରଡିହା ଥାନାର ଏସଏଚଓଙ୍କୁ ହାଜର ହେବାକୁ ନୋଟିସ ଦେଇଥିଲେ । ହେଲେ ସେଦିନ ଏସଏଚଓ କୋର୍ଟରେ ହାଜର ହୋଇ ନଥିଲେ ।

ଗୁରୁବାର ଦିନ ଏସଏଚଓ କୋର୍ଟରେ ହାଜର ହେବାକୁ ଆସି ବିଚାରପତି ଅବିନାଶ କୁମାରଙ୍କ ସହ ଅସଭ୍ୟ ଆଚରଣ କରିଥିଲେ । କଥା ଏତେ ଆଗକୁ ବଢିଯାଇଥିଲା ଯେ ଏସଏଚଓ ବିଚାରପତିଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଦେଇଥିଲେ । ଏହି ସମୟରେ ସୌଭାଗ୍ୟବଶତଃ ବିଚାରପତିଙ୍କ ସୁରକ୍ଷାକର୍ମୀ ଏସଏଚଓଙ୍କୁ କାବୁ କରିବାରେ ସମର୍ଥ ହୋଇଥିଲେ । ହେଲେ ସେତେବେଳକୁ ଜଜ ଆହତ ହୋଇସାରିଥିଲେ ।

ଏହାପରେ କୋର୍ଟରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀମାନେ ଏସଏଚଓଙ୍କୁ ପ୍ରବଳ ମାଡ ମାରିଥିଲେ । ଅଭିଯୁକ୍ତ ଜଣେ ପୁଲିସକର୍ମୀ ଥିବାରୁ ଏବେ ଏହାର ସମାଧାନ ପାଇଁ ତତ୍ପର ହୋଇଉଠିଛି ପୂରା ପୁଲିସ ବିଭାଗ।

ସମ୍ବନ୍ଧିତ ଖବର