କ୍ଷୁୂବ୍ଧ ମମତା ସୋନିଆଙ୍କୁ ଚେତାଇଲେ ‘ଆମେ ମନେ ‌ରଖିବୁ’

ନୂଆଦିଲ୍ଲୀ: ଆଜି ସଂସଦରେ କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀ ଚିଟ୍‌ ଫଣ୍ଡ ଦୁର୍ନୀତି ନେଇ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଅନ୍ୟ ଟିଏମ୍‌ସି ନେତାଙ୍କ ଉପରେ ବର୍ଷିଥିଲେ। ଟିଏମ୍‌୍ସି ନେତାମାନେ ଦୁର୍ନୀତିରେ ବୁଡ଼ି ରହିଛନ୍ତି ବୋଲି ଚୌଧୁରୀଙ୍କ ବୟାନକୁ ନେଇ ମମତା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଆଜି ମମତା ଦିଲ୍ଲୀ ଗସ୍ତ ଅବସରରେ ସଂସଦ ଭବନ କେନ୍ଦ୍ରୀୟ କକ୍ଷକୁ ଯାଇଥିଲେ। ସେଠାରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିବା ପରେ ମମତା କହିଥିଲେ ଯେ କଂଗ୍ରେସ ନେତାଙ୍କ ଏଭଳି ସମାଲୋଚନକୁ ଆମେ ମନେ ରଖିବୁ। ସୋନିଆ ଏହାର ଜବାବରେ କହିଥିଲେ ଆମେ ପରସ୍ପର ବିରୋଧରେ ଅଭିଯୋଗ ଆଣିଲେ ମଧ୍ୟ ବନ୍ଧୁ ହୋଇ ରହିବା।

ସମ୍ବନ୍ଧିତ ଖବର