ମେଘାଳୟ ଖଣି ସଙ୍କଟ: ଜଣେ ଶ୍ରମିକଙ୍କ ଶବ ଉଦ୍ଧାର, କଙ୍କାଳ ଠାବ

ଗୌହାଟି : ମେଘାଳୟର ପୂର୍ବ ଜୟନ୍ତିଆ ହିଲ୍ସ ଜିଲ୍ଲା ସ୍ଥିତ ବେଆଇନ ଖଣିରେ ଫସି ରହିଥିବା ୧୫ ଖଣି ଶ୍ରମିକଙ୍କ ମଧ୍ୟରୁ କେହି ବି ଜୀବିତ ଥିବା ଆଶା ମଉଳି ଯାଇଛି। ଉଦ୍ଧାର କାର୍ଯ୍ୟ‌ରେ ନିୟୋଜିତ ହୋଇଥିବା ନୌସେନା ସଦସ୍ୟମାନେ ଆଜି ଖଣି ଭିତରୁ ଜଣେ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରିଛନ୍ତି ଏବଂ କେତେକ କଙ୍କାଳ ଠାବ କରିଛନ୍ତି। ରିମୋଟ୍‌ ପରିଚାଳିତ ଯାନ ଦ୍ବାରା ପାଖାପାଖି ୧୬୦ ଫୁଟ୍‌ ଗଭୀରରେ ଶ୍ରମିକଙ୍କ ମୃତଦେହ ଠାବ ହୋଇଛି।

ସମ୍ବନ୍ଧିତ ଖବର