‘ମୋ ମାଙ୍କ ଚିତ୍ର ତୁମେ ଆଙ୍କିଛ’ ଯିବାବେଳେ ଗାଡି ଅଟକାଇ ଯୁବତୀଙ୍କୁ ଏଭଳି ପଚାରିଲେ ମୋଦୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ୮ବର୍ଷ ପୂର୍ତ୍ତି ଅବସରରେ ଆଜି ହିମାଚଳପ୍ରଦେଶର ଶିମଲାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ | ଏହି ସମୟରେ ସେ ଏକ ରୋଡ୍ ସୋରେ ମଧ୍ୟ ଭାଗ ନେଇଥିଲେ | ତେବେ, ରୋଡ଼ ସୋ ବେଳେ ଜଣେ ଯୁବତୀଙ୍କ ଏକ ଚିତ୍ରକୁ ଗ୍ରହଣ କରିବାକୁ ମୋଦୀ ତାଙ୍କ କାର ଅଟକାଇ କିଛି ସମୟ କଥା ହୋଇଥିଲେ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୁବତୀଙ୍କୁ ଭେଟି ତାଙ୍କ ଦ୍ୱାରା ପ୍ରସ୍ତୁତ ଚିତ୍ରକୁ ଉପହାର ରୂପେ ଗ୍ରହଣ କରିଥିଲେ। ଏହି ସମୟରେ ସେ ଯୁବତୀଙ୍କ ସହିତ ମଧ୍ୟ କଥା ହୋଇଥିଲେ ଏବଂ ଆପଣ ଏହି ଚିତ୍ର କରିଛନ୍ତି କି ବୋଲି ପ୍ରଶ୍ନ ପଚାରିଥିଲେ |


ଯୁବତୀ ଜଣକ ହଁ ବୋଲି କହିବା ପରେ ମୋଦୀ ଏହାକୁ ତିଆରି କରିବାକୁ କେତେ ସମୟ ନେଇଛନ୍ତି ବୋଲି ପଚାରିଥିଲେ | ଏହା ପରେ ସେ କହିଥିଲେ ଯେ ଗୋଟିଏ ଦିନରେ ଏହି ଚିତ୍ରକୁ ଆଙ୍କିଛନ୍ତି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଯୁବତୀଙ୍କ ନାମ ସହ କେଉଁଠାରେ ରୁହନ୍ତି ବୋଲି ପଚାରିଥିଲେ। ପ୍ରଧାନମନ୍ତ୍ରୀ ଯୁବତୀଙ୍କ ମୁଣ୍ଡରେ ହାତ ରଖି ଆଶୀର୍ବାଦ ଦେଇଥିଲେ ।

ବାସ୍ତବରେ ଏହି ପେଣ୍ଟିଂ ତାଙ୍କ ମା ହେରାବେନ ମୋଦୀଙ୍କର ଥିଲା, ଯାହା ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ କାରକୁ ଅଟକାଇଥିଲେ | ଏହା ପରେ, ସେ ହାତରେ ପେଣ୍ଟିଂ ସହିତ ଚାଲି ଚାଲି ଯୁବତୀଙ୍କ ପାଖରେ ପହଞ୍ଚିଥିଲେ ଏବଂ ତାଙ୍କ ସହିତ କିଛି ସମୟ କଥା ହେବା ପରେ ପେଣ୍ଟିଂକୁ ଉପହାର ରୂପେ ଗ୍ରହଣ କରିଥିଲେ | ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କ ୮ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଶିମଲା ଗସ୍ତରେ ଯାଇଥିଲେ ।

ସମ୍ବନ୍ଧିତ ଖବର