ଆସୁଛି ମୋଦୀଙ୍କ ମିସନ୍‌ ‘ସେଓ’, ସରକାର ଖର୍ଚ୍ଚ କରିବେ ୮ହଜାର କୋଟି

ଜମ୍ମୁ-କାଶ୍ମୀର: ଧାରା ୩୭୦ ଉଚ୍ଛେଦ ପରେ ମୋଦୀ ସରକାର କାଶ୍ମୀରର ବିକାଶ ପାଇଁ ଯୋଜନା କରୁଛନ୍ତି । କାଶ୍ମୀରରେ ସେଓ ଚାଷକୁ ବଢାଇବା ପାଇଁ କେନ୍ଦ୍ରସରକାରଙ୍କ ପକ୍ଷରୁ ଯୋଜନା କରାଯାଉଛି । ଯାହା ଦ୍ୱାରା କାଶ୍ମୀରର ବିକାଶ ହେବା ସହ ସେଠାରେ ସେଓ ଚାଷ କରି ନିଜର ଗୁଜୁରାଣ ମେଣ୍ଟାଉଥିବା ଚାଷୀ ମଧ୍ୟ ବେଶ ଲାଭବାନ ହୋଇପାରିବେ ।

ସାରା ଦେଶରେ କାଶ୍ମୀର ସେଓର ଚାହିଦା ବେଶ ଅଧିକ ରହିଛି । ତେଣୁ କାଶ୍ମୀରରେ ସେଓ ଚାଷ କରୁଥିବା ଚାଷୀଙ୍କୁ ସିଧା ଲାଭ ପହଞ୍ଚାଇବା ପାଇଁ ମୋଦି ସରକାର ୮ହଜାର କୋଟିର ଏକ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ପ୍ରାୟ ୧୨ ଲକ୍ଷ ମ୍ୟାଟ୍ରିକ ଟନ୍‌ ସେଓ ସିଧାସଳଖ କୃଷକଙ୍କ ଠାରୁ କିଣାଯିବ ଏବଂ ବାହାରକୁ ରପ୍ତାନୀ କରାଯିବ । ଆଉ ଏଥିରୁ ସିଧାସଳଖ ଭାବେ ଚାଷୀ ଲାଭ ପାଇପାରିବେ ।

ମୋଦୀଙ୍କ ଏହି ଯୋଜନା ମାଧ୍ୟମରେ ସେଓ ଚାଷୀମାନେ ବେଶ ଉପକୃତ ହେବେ । ସେଓ ଚାଷୀଙ୍କ ଆମଦାନି ବଢିବ ଏବଂ ସେଓ ବିକି ଚାଷୀ ବେଶ ଦୁଇ ପଇସା ପାଇ ଲାଭବାନ ହୋଇପାରିବେ । ତେବେ ଆରମ୍ଭରୁ ଚାଷୀଙ୍କ ଠାରୁ ସେପ୍ଟେଟର ୧ ତାରିଖରୁ ମାର୍ଚ୍ଚ ୧ ତାରିଖ ୨୦୨୦ ଯାଏଁ ସେଓ କିଣାଯିବ । ଏହି ୬ ମାସ ମଧ୍ୟରେ ପ୍ରାୟ ୮ହଜାର କୋଟି ଟଙ୍କାର ବଜେଟ ତିଆରି କରାଯାଇଛି।

ସମ୍ବନ୍ଧିତ ଖବର