ଥାଇଲାଣ୍ଡ୍‌ରେ ମୋଦୀ, ଧାରା ୩୭୦ ଉଚ୍ଛେଦ ଆତଙ୍କବାଦ ଉପରେ ଏକ ବଡ଼ ପ୍ରହାର

ବ୍ୟାଙ୍କକ୍‌: ଆମେରିକାର ହୁଷ୍ଟନ୍‌ ସହରରେ ହୋଇଥିବା ‘ହାଉଡି ମୋଦୀ’ କାର୍ଯ୍ୟକ୍ରମ ଭଳି ଆଜି ବ୍ୟାଙ୍କକ୍‌ର ନିମିବୁତ୍ର୍‌ ଷ୍ଟାଡିୟମରେ ‘ସ୍ବାସ୍‌ଦି ମୋଦୀ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅବସରରେ ପ୍ରବାସୀ ଭାରତୀୟଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ଥାଇ ଶବ୍ଦ ‘ସ୍ବାସ୍‌ଦି’ର ଅର୍ଥ ହେଉଛି ଅଭିନନ୍ଦନ। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ୬୦ ବର୍ଷ ପରେ ଭାରତରେ କୌଣସି ସରକାର ୫ ବର୍ଷର କାର୍ଯ୍ୟକାଳ ସଂପୂର୍ଣ୍ଣ କରି ପୂର୍ବ ଅପେକ୍ଷା ଅଧିକ ସଂଖ୍ୟାଗରିଷ୍ଠତାରେ କ୍ଷମତାକୁ ଆସିଛି। ଥାଇଲାଣ୍ଡ୍‌ ସହିତ ଭାରତର ସଂପର୍କ ଐତିହାସିକ ଏବଂ ଏହା ୧୦୦୦ ବର୍ଷ ପୁରୁଣା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଜମ୍ମୁ କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ଧାରା ୩୭୦ ହଟାଯିବା ଆତଙ୍କବାଦ ଉପରେ ଏକ ବଡ଼ ପ୍ରହାର ବୋଲି ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଥିଲେ। ପ୍ରଧାନମନ୍ତ୍ରୀ ଏବେ ୩ ଦିନିଆ ଥାଇଲାଣ୍ଡ୍‌ ଗସ୍ତରେ ଅଛନ୍ତି।

ସମ୍ବନ୍ଧିତ ଖବର