ଇଲେକ୍ଟରାଲ ବଣ୍ଡ ଯୋଗୁଁ କଳାଧନ ଧରାପଡ଼ିବ : ମୋଦୀ

ନୂଆଦିଲ୍ଲୀ: ଇଲେକ୍ଟୋରାଲ ବଣ୍ଡ କଳାଧନ ବିରୋଧରେ ଏକ ସଫଳତାର କାହାଣୀ । ଏହା ଦ୍ୱାରା ଟଙ୍କା କାରବାରର ଖୁଲାସା ହୋଇପାରେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଏକ ଘରୋଇ ନ୍ୟୁଜ ଏଜେନ୍ସିକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ ବିରୋଧୀ ମାନେ ଆସନ୍ତା ନିର୍ବାଚନରେ ନିଜର ପରାଜୟ ଦେଖୁଛନ୍ତି ତେଣୁ ସେ ସମସ୍ତ ଦୋଷ ଇଡି ଏବଂ ସିବିଆଇ ଉପରେ ଲଦି ଦେଉଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ମୋର ୨୫ ବର୍ଷର ଭିଜନ ଅଛି ଏବଂ ମୁଁ ଆଜି ଏହା କରୁନାହିଁ । ଯେତେବେଳେ ମୁଁ ଗୁଜରାଟରେ ଥିଲି ସେତେବେଳେ ମୁଁ ଏହି ଦିଗରେ ଚିନ୍ତା କରୁଥିଲି । ୨୦୨୪ ନିର୍ବାଚନ ଦେଶ ପାଇଁ ଏକ ସୁଯୋଗ। ଗୋଟିଏ ହେଉଛି କଂଗ୍ରେସ ସରକାରଙ୍କ ମଡେଲ ଏବଂ ଅନ୍ୟଟି ହେଉଛି ବିଜେପି ସରକାରଙ୍କ ମଡେଲ । ତାଙ୍କର ୫-୬ ଦଶନ୍ଧି ଏବଂ ମୋର ଏକ ଦଶନ୍ଧି ସମୟ… ଏହାକୁ ଯେକୌଣସି କ୍ଷେତ୍ରରେ ତୁଳନା କରନ୍ତୁ, ଆପଣ ଜାଣିପାରିବେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ଦେଶବାସୀ ଆପଣଙ୍କୁ ଦେଶ ଚଳାଇବାର ଦାୟିତ୍ୱ ଦିଅନ୍ତି, ସେତେବେଳେ ଆପଣଙ୍କର ଏକମାତ୍ର ଚିନ୍ତାଧାରା ରହିବା ଉଚିତ – ତାହା ହେଉଛି ଦେଶ । ଦୁର୍ଭାଗ୍ୟବଶତଃ ପୂର୍ବ ରାଜନୈତିକ ସଂସ୍କୃତିରେ ପରିବାରକୁ କିପରି ସୁଦୃଢ଼ କରାଯିବ… ସେଥିରେ ସେମାନେ କ୍ଷମତା ରଖୁଥିଲେ। ଯେତେବେଳେ ମୁଁ ଦେଶକୁ କିପରି ଶକ୍ତିଶାଳୀ କରିହେବ ସେ ଲକ୍ଷ୍ୟ ନେଇ କାମ କରୁଛି ।

ସମ୍ବନ୍ଧିତ ଖବର