ମୁରାଦାବାଦ: ବ୍ୟବସାୟୀଙ୍କ ଘରେ ଅଗ୍ନିକାଣ୍ଡ, ୫ ମୃତ

ମୁରାଦାବାଦ : ସହରର ଅସାଲତପୁରା ଅଞ୍ଚଳରେ ଗୁରୁବାର ରାତିରେ ଜଣେ ସ୍କ୍ରାପ୍‌ ବ୍ୟବସାୟୀଙ୍କ ଘରେ ଭୀଷଣ ଅଗ୍ନିକାଣ୍ଡ ଘଟି ୫ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଅଗ୍ନିକାଣ୍ଡରେ ବ୍ୟବସାୟୀଙ୍କ ପତ୍ନୀ, ବୋହୂ, ଦୁଇ ନାତି ନାତୁଣୀ ଏବଂ ଅନ୍ୟ ଜଣେ ସଂପର୍କୀୟଙ୍କ ମୃତ୍ୟୁ ଘଟିଛି । ଅଗ୍ନିଶମ ବାହିନୀ ଏବଂ ପୁଲିସ କର୍ମୀ ସ୍ଥାନୀୟ ଲୋକଙ୍କ ସହାୟତାରେ ୮ ଜଣଙ୍କୁ ନିଆଁ ଭିତରୁ ଜୀବିତ ଉଦ୍ଧାର କରିବାକୁ ସକ୍ଷମ ହୋଇଥିଲେ। ବ୍ୟବସାୟୀଙ୍କ ଘରର ତଳ ମହଲାରେ ସ୍କ୍ରାପ୍‌ ଗୋଦାମ ଥିବା ବେଳେ ଉପର ମହଲରେ ପରିବାର ରହୁଥିଲେ। ଗୋଦାମରେ ସର୍ଟ ସର୍କିଟ୍‌ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର