ମୁମ୍ବାଇ ନିବେଶକ ସମ୍ମିଳନୀର ପରବର୍ତୀ ପଦକ୍ଷେପ ନେବାକୁ ସଂପୃକ୍ତ ବିଭାଗ ମୁଖ୍ୟଙ୍କୁ ତାଗିଦ୍‌

ନୂଆଦିଲ୍ଲୀ : ଆଗାମୀ ମେକ୍‌ ଇନ୍‌ ଓଡ଼ିଶାର ଆୟୋଜନ ଦୃଷ୍ଟିରୁ ଚଳିତ ମାସ ୮ ତାରିଖରେ ଅନୁଷ୍ଠିତ ମୁମ୍ବାଇ ପୁଞ୍ଜି ନିବେଶକାରୀଙ୍କ ସମ୍ମିଳନୀ ସଫଳତା ହାସଲ କରିଥିବା ରାଜ୍ୟ ସରକାର ଅନୁଭବ କରୁଛନ୍ତିି। ସେ ନେଇ ଉପଲବ୍ଧ ହେଉଥିବା ପରବର୍ତୀ ଆବଶ୍ୟକ ପଦକ୍ଷେପଗୁଡ଼ିକ ନେବା ପାଇଁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସଂପୃକ୍ତ ବିଭାଗ ମୁଖ୍ୟମାନଙ୍କୁ ତାଗିଦ୍‌ କରିଛନ୍ତିି। ଆଜି ସଚିବାଳୟରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁମ୍ବାଇ ସମ୍ମିଳନୀ ସଂପର୍କରେ ଆଲୋଚନା ହୋଇଥିଲା। ସେହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗଦାନ ଫଳରେ ଅନ୍ୟୂନ ୨୦ଟି ପ୍ରମୁଖ ଶିଳ୍ପ କମ୍ପାନି ମୁଖ୍ୟମାନେ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ କମ୍ପାନି ଆସନ୍ତା ନଭେମ୍ବର ୧୫ରୁ ପାଞ୍ଚଦିନ ବ୍ୟାପୀ ମେକ୍‌-ଇନ୍‌-ଓଡ଼ିଶା କନ୍‌କ୍ଲେଭରେ ଯୋଗଦେବାର ସମ୍ଭାବନା ରହିଛି। ଏହି ପରିପ୍ରେକ୍ଷୀରେ ଶିଳ୍ପ ପ୍ରତିଷ୍ଠା ପାଇଁ ଜମି ସମେତ ଆବଶ୍ୟକ ଭିତ୍ତିଭୂମି ବ୍ୟବସ୍ଥା ପ୍ରସ୍ତୁତି ଚୂଡ଼ାନ୍ତ କରିବାକୁ ଶ୍ରୀ ପାଢ଼ୀ ନିର୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର