କରାଚିରେ ମୁସାରଫଙ୍କ ଶେଷକୃତ୍ୟ

ଇସ୍‌ଲାମାବାଦ : ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ସେନାମୁଖ୍ୟ ପରଭେଜ ମୁସାରଫଙ୍କ ମୃତଦେହ ଆଜି ଦୁବାଇରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଅଣାଯାଇ କରାଚିରେ ରଖାଯାଇଛି। କରାଚିସ୍ଥିତ କବରସ୍ଥାନରେ ମୁସାରଫଙ୍କୁ ସମାଧି ଦିଆଯିବ ବୋଲି ତାଙ୍କ ପରିବାର ସୂତ୍ରରୁ ଜଣାପଡ଼ିଛି। ଦୀର୍ଘଦିନ ଧରି ଆମ୍ଲୋଏଡୋସିସ୍ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିବା ମୁସାରଫଙ୍କର ୭୯ ବର୍ଷ ବୟସରେ ଦୁବାଇସ୍ଥିତ ଏକ ହସ୍ପିଟାଲରେ ଗତକାଲି ପରଲୋକ ହୋଇଥିଲା। ୟୁଏଇରେ ଥିବା ପାକିସ୍ତାନୀ ଦୂତାବାସ ତାଙ୍କ ପରିବାରର ଅନୁରୋଧ କ୍ରମେ ମୁସାରଫଙ୍କ ମୃତଦେହକୁ ପାକିସ୍ତାନକୁ ଫେରାଇ ଆଣିବା ପାଇଁ ଏନ୍‌ଓସି ଜାରି କରିଥିଲା।

ସମ୍ବନ୍ଧିତ ଖବର