ମାନଚିତ୍ର ବିବାଦ : ନେପାଳକୁ ଦୃଢ ଜବାବ ଦେଲା ଭାରତ

ନୂଆଦିଲ୍ଲୀ : ଭାରତୀୟ ଅଞ୍ଚଳକୁ ନିଜର ବୋଲି ଦର୍ଶାଇ ନେପାଳ ପକ୍ଷରୁ ସରକାରୀ ମାନଚିତ୍ର ଜାରି କରାଯିବାକୁ ଭାରତ ତୀବ୍ର ବିରୋଧ କରିଛି । ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ନେପାଳର ଏହି ଦାବି ଐତିହାସିକ ତଥ୍ୟ ଉପରେ ଆଧାରିତ ନୁହେଁ । ନେପାଳ ଏପରି ଅଯୌକ୍ତିକ ଉଦ୍ୟମରୁ ବିରତ ହେବା ଆବଶ୍ୟକ ।

ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ ସୀମାବିବାଦକୁ ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ସମାଧାନ କରାଯିବା ଆବଶ୍ୟକ । କିନ୍ତୁ ଏକତରଫା ଭାବେ ଭାରତର ଅଞ୍ଚଳକୁ ନିଜର ଦାବି କରିବାକୁ ଭାରତ ଗ୍ରହଣ କରିବ ନାହିଁ । ନେପାଳ ସରକାର ଭାରତର ସାର୍ବଭୌମତ୍ୱକୁ ସମ୍ମାନ ଜଣାଇବା ଆବଶ୍ୟକ ଓ ଦ୍ୱିପାକ୍ଷିକ ସମ୍ପର୍କ ପାଇଁ ସକାରାତ୍ମକ ବାତାବରଣ ସୃଷ୍ଟି କରିବା ଆବଶ୍ୟକ ।

ନେପାଳ ସୀମାରେ ଥିବା ଏହି ଅଞ୍ଚଳ ଭାରତୀୟ ଅଞ୍ଚଳ ହୋଇଥିଲେ ମଧ୍ୟ ନେପାଳ ତାହାକୁ ନିଜର ଅଞ୍ଚଳବୋଲି ଦାବି କରୁଛି । ନିକଟରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଏହି ଅଞ୍ଚଳରେ ଏକ ପୋଲ ଉଦଘାଟନ କରିଥିଲେ । ଏହାକୁ ନେଇ ନେପାଳ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା । ସୋମବାରଦିନ ନେପାଳ କ୍ୟାବିନେଟ ଏକ ନୂଆ ରାଜନୈତିକ ମାନଚିତ୍ର ଜାରି କରିଛି ଯେଉଁଥିରେ ଏସବୁ ଅଞ୍ଚଳ ନେପାଳର ଥିବା ଦର୍ଶାଯାଇଛି ।

ସମ୍ବନ୍ଧିତ ଖବର