ସୋ‌ସିଆଲ ମିଡିଆରେ ଓମାର୍‌ଙ୍କ ପୁଣି ଏକ ନୂଆ ଫଟୋ

ଶ୍ରୀନଗର : ସୋସିଆଲ ମିଡିଆରେ ଏବେ ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କର ଏକ ନୂଆ ଫଟୋ ଭାଇରାଲ୍‌ ହୋଇଛି। ଓମାର୍‌ ଲମ୍ବା ଦାଢ଼ି ରଖି ଜଣେ ଡାକ୍ତରଙ୍କ ସହ ଠିଆ ହୋଇଥିବାର ଫଟୋ ଏବେ ଚର୍ଚ୍ଚାରେ ରହିଛି। ଧାରା ୩୭୦ ଉଚ୍ଛେଦ ହେବା ପରଠାରୁ ଶ୍ରୀନଗରର ଏକ ଅତିଥି ଭବନରେ ଓମାର୍‌ ଅଟକ ଅଛନ୍ତି। ସେବେଠାରୁ ସେ ଦାଢ଼ି ବଢ଼ାଇଛନ୍ତି। ତେବେ ‌ସେ ଅଟକ ରହିବାପରଠାରୁ ଏହାକୁ ମିଶାଇ ସୋସିଆଲ ମିଡିଆରେ ତାଙ୍କର ୩ଟି ଫଟୋ ପଡ଼ିଛି। ଜାନୁଆରି ୨୦୨୦ରେ ଓମାର୍‌ ଅବଦୁଲ୍ଲା ଉଲ୍‌ କ୍ୟାପ୍‌ ପିନ୍ଧିଥିବା ଏବଂ ଲମ୍ବା ଦାଢ଼ି ରଖିଥିବା ଅନ୍ୟ ଏକ ଫଟୋ ଆସିଥିଲା।

ସମ୍ବନ୍ଧିତ ଖବର