୩ ସେନାରେ ସୈନିକ ଥିବା ଏକମାତ୍ର ଅଧିକାରୀ ଏବେ ଶତାୟୁ

ନୂଆଦିଲ୍ଲୀ : ଭାରତୀୟ ପ୍ରତିରକ୍ଷା ‌ସେବାର ୩ଟି ଯାକ ବିଭାଗ ତଥା ସ୍ଥଳ ସେନା, ବାୟୁସେନା ଏବଂ ନୌସେନା‌ରେ ସେବା କରିଥିବା ଏକମାତ୍ର ଅଧିକାରୀ କର୍ନେଲ୍‌ ପୃଥୀପାଲ୍‌ ସିଂହ ଗିଲ୍‌ ୧୦୦ ବର୍ଷରେ ପଦାର୍ପଣ କରିଛନ୍ତି। କର୍ନେଲ୍‌ ଗିଲ୍‌ ଦ୍ବିତୀୟ ବିଶ୍ବଯୁଦ୍ଧ ପୂର୍ବରୁ ରୟାଲ୍‌ ଇଣ୍ଡିଆନ୍‌ ଏୟାର ଫୋର୍ସ‌୍‌ରେ ଜଣେ ପାଇଲଟ୍‌ ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ପରେ ସେ ଭାରତୀୟ ନୌସେନା ବାହିନୀରେ ଥିଲେ ଏବଂ ଭାରତୀୟ ସ୍ଥଳ ସେନାରେ ସେ ଜଣେ ଗନର୍‌ ଅଫିସର ଥିଲେ। ଅବସରପ୍ରାପ୍ତ ଅଧିକାରୀ ଗିଲ୍‌ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଏବଂ ୧୯୬୫ରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ମଧ୍ୟ ସେବା କରିଥିଲେ। ଅବସର ପୂର୍ବରୁ ସେ ମଣିପୁର ଆସାମ ରାଇଫଲ୍ସରେ ଜଣେ ସେକ୍ଟର କମାଣ୍ଡର ଥିଲେ। ଏହି ବରିଷ୍ଠ ଅବସରପ୍ରାପ୍ତ ଅଧିକାରୀଙ୍କର ଆଜି ଜନ୍ମଦିନ ଅବସରରେ ଶୁଭେଚ୍ଛାର ସୁଅ ଛୁଟିଛି।

ସମ୍ବନ୍ଧିତ ଖବର